ବିଶ୍ୱର ସବୁଠାରୁ ଧନୀ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ , ଟ୍ରମ୍ପଙ୍କଠାରୁ ପାଆନ୍ତି ଅଧିକ ୭ ଗୁଣା ଦରମା

Sep 9, 2026 - 12:37
 0  1
ବିଶ୍ୱର ସବୁଠାରୁ ଧନୀ ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ , ଟ୍ରମ୍ପଙ୍କଠାରୁ ପାଆନ୍ତି ଅଧିକ ୭ ଗୁଣା ଦରମା

ବିଶ୍ୱର ସବୁଠାରୁ ଅଧିକ ଦରମା ପାଉଥିବା ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କର ରେକର୍ଡ ଦରମା ବୃଦ୍ଧି ପାଇବାକୁ ଯାଉଛି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ସାତ ଗୁଣା ଅଧିକ ରୋଜଗାର କରିବେ 

 ବିଶ୍ୱର ସବୁଠାରୁ ଅଧିକ ଦରମା ପାଉଥିବା ସିଙ୍ଗାପୁରର ପ୍ରଧାନମନ୍ତ୍ରୀଙ୍କର ରେକର୍ଡ ଦରମା ବୃଦ୍ଧି ପାଇବାକୁ ଯାଉଛି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ସାତ ଗୁଣା ଅଧିକ ରୋଜଗାର କରିବେ । ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କ ଦରମା ଆହୁରି ୧୦ ଲକ୍ଷ ଡଲାର ବୃଦ୍ଧି ପାଇବାକୁ ଯାଉଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ୱଙ୍ଗଙ୍କ ଦରମା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବାର୍ଷିକ ଦରମା ୪୦୦,୦୦୦ ଡଲାରର ପ୍ରାୟ ସାତ ଗୁଣା ହେବ। ସଂସଦରେ ୱଙ୍ଗ ଘୋଷଣା କରିଛନ୍ତି ଯେ ନେତାମାନଙ୍କ ଦରମା ସଂଶୋଧନ କରାଯିବ।ୱଙ୍ଗଙ୍କ ଦରମା ୬୪ ପ୍ରତିଶତରୁ ଅଧିକ ବୃଦ୍ଧି କରାଯାଇଛି। 

ୱାଙ୍ଗଙ୍କୁ ଅକ୍ଟୋବର ୧୫ ତାରିଖରୁ ବୃଦ୍ଧି ହୋଇଥିବା ଦରମା ପାଇବେ। ଫଳରେ ବାର୍ଷିକ ଏହା ବର୍ତ୍ତମାନର ୨.୨ ସିଙ୍ଗାପୁର ଡଲାର ବା ୧୬ କୋଟି ୧୨ ଲକ୍ଷରୁ ବୃଦ୍ଧି ପାଇ ୩.୬ ନିୟୁତ ସିଙ୍ଗାପୁର ଡଲାର ବା ୨୬ କୋଟି ୯୦ ଲକ୍ଷରେ ପହଞ୍ଚିବ।

ସିଙ୍ଗାପୁର ସରକାର କହିଛନ୍ତି ଯେ ଉଚ୍ଚ ଦରମା ଯୋଗ୍ୟ ଏବଂ ପ୍ରତିଭାବାନ ଲୋକଙ୍କୁ ରାଜନୀତିକୁ ଆକର୍ଷିତ କରିଥାଏ । ସେମାନେ ସୁଶାସନରେ ଯୋଗଦାନ ଦିଅନ୍ତି। ଉପପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ଦରମା ୧.୮୭ ନିୟୁତ ସିଙ୍ଗାପୁର ଡଲାରରୁ ୩.୦୬ ନିୟୁତ ସିଙ୍ଗାପୁର ଡଲାରକୁ ବୃଦ୍ଧି ପାଇବ।
କ୍ୟାବିନେଟ୍ ମନ୍ତ୍ରୀମାନେ ସେମାନଙ୍କ ପୋର୍ଟଫୋଲିଓ ଅନୁସାରେ କରି ୧.୮୦ ନିୟୁତରୁ ୨.୮୮ ନିୟୁତ ସିଙ୍ଗାପୁର ଡଲାର ପର୍ଯ୍ୟନ୍ତ ଦରମା ପାଇବେ। ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗ କହିଛନ୍ତି ଯେ ସେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମ୍ପୂର୍ଣ୍ଣ ବର୍ଦ୍ଧିତ ପରିମାଣର ଅର୍ଥ ଦାନ କରିବେ। ଦରମା ବୃଦ୍ଧି ପୂର୍ବରୁ ମଧ୍ୟ, ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଦରମା ଆମେରିକା ଏବଂ ଅନ୍ୟାନ୍ୟ ଜି-୭ ଦେଶର ନେତାମାନଙ୍କ ତୁଳନାରେ ଯଥେଷ୍ଟ ଅଧିକ ଥିଲା।

ୱଙ୍ଗ କହିଛନ୍ତି ଯେ ଦରମା ଏକ ସମ୍ବେଦନଶୀଳ ଏବଂ ଭାବପ୍ରବଣ ପ୍ରସଙ୍ଗ। ତାଙ୍କ ଦଳ ପିପୁଲ୍ସ ଆକ୍ସନ ପାର୍ଟି ଦୀର୍ଘ ସମୟ ଧରି ସଂସଦ ଏବଂ ୨୧ ସଦସ୍ୟ ବିଶିଷ୍ଟ କ୍ୟାବିନେଟରେ କ୍ଷମତା ଦଖଲ କରିଆସିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ ଏହି ପରିମାଣ ସାଧାରଣ ନାଗରିକଙ୍କ ରୋଜଗାର ଅପେକ୍ଷା ବହୁତ ଅଧିକ, ତେଣୁ ଲୋକମାନେ ଅସନ୍ତୁଷ୍ଟ ହୋଇଥାନ୍ତି। ସେ କହିଛନ୍ତି ଯେ ଭଲ ସରକାର ଭଲ ନେତୃତ୍ୱ ଉପରେ ନିର୍ଭର କରେ।

ସିଙ୍ଗାପୁର ଶେଷ ଥର ପାଇଁ ୧୫ ବର୍ଷ ପୂର୍ବେ ମନ୍ତ୍ରୀମାନଙ୍କ ଦରମା ସଂଶୋଧିତ କରିଥିଲା। ଦେଶ ନିୟମିତ ଭାବରେ ବିଶ୍ୱର ସବୁଠାରୁ କମ୍ ଦୁର୍ନୀତିଗ୍ରସ୍ତମାନଙ୍କ ମଧ୍ୟରେ ସ୍ଥାନିତ। ଏକ ସ୍ୱାଧୀନ କମିଟି ଦ୍ୱାରା ଦରମା ବୃଦ୍ଧି ସୁପାରିଶ କରାଯାଇଥିଲା। ବର୍ତ୍ତମାନର ପଦାଧିକାରୀମାନେ ତୁରନ୍ତ ସେମାନଙ୍କର ସମ୍ପୂର୍ଣ୍ଣ ନୂତନ ଦରମା ପାଇବେ ନାହିଁ। ଅକ୍ଟୋବର ୧୫ ତାରିଖରୁ, ସେମାନେ ସେମାନଙ୍କର ବ୍ୟକ୍ତିଗତ ପରିସ୍ଥିତି ଏବଂ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ୯ ପ୍ରତିଶତ ପର୍ଯ୍ୟନ୍ତ ଏକକାଳୀନ ସମାୟୋଜନ ପାଇବେ। ପରବର୍ତ୍ତୀ ପରିବର୍ତ୍ତନଗୁଡ଼ିକ ବ୍ୟକ୍ତିଗତ କାର୍ଯ୍ୟଦକ୍ଷତା ଏବଂ ଦାୟିତ୍ୱ ଉପରେ ନିର୍ଭର କରିବ।

ପଲ୍ଟିକାଲ ସାଲାରିଜ୍ ଡଟ୍ କମ୍‌ର ତଥ୍ୟ ଅନୁଯାୟୀ, ଦରମା ବୃଦ୍ଧି ପୂର୍ବରୁ ମଧ୍ୟ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ବିଶ୍ୱର ସର୍ବାଧିକ ଦରମା ପାଉଥିବା ନେତା ଥିଲେ। ହଂକଂର ପ୍ରଧାନମନ୍ତ୍ରୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତାଙ୍ରକ ବାର୍ଷିକ ଦରମା ୭୧୯ ହଜାର ଡଲାର। ସେହିପରି ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ଦରମା ୬୦୬ ହଜାର ଡଲାର। ସେମାନଙ୍କ ଦରମା ୱାଙ୍ଗଙ୍କ ନୂତନ ଦରମା ତୁଳନାରେ ଯଥେଷ୍ଟ କମ୍ ରହିଛି। 

What's Your Reaction?

like

dislike

love

funny

angry

sad

wow