ଏଫବିଆଇ ନିର୍ଦ୍ଦେଶକ ଭାବେ ଶପଥ ନେଲେ କାସ ପଟେଲ

ଏଫବିଆଇ ନିର୍ଦ୍ଦେଶକ ଭାବେ ଶପଥ ନେଲେ କାସ ପଟେଲ

ଏଫ୍‌ବିଆଇର ନିର୍ଦ୍ଦେଶକ ଭାବେ ଶପଥ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ କାଶ୍ ପଟେଲ।  ଶପଥ ନେବା ବେଳେ ସେ  ଭଗବତ ଗୀତା ହାତରେ ଧରି ନେଇଥିଲେ ଶପଥ,ଯାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରଥମ ଭାରତୀୟ ଭାବେ ସେ ତୁଲାଇବେ ଏହି ଦାୟିତ୍ବ  । କାଶ୍ ପଟେଲଙ୍କ ଘର ଗୁଜରାଟରେ ହୋଇଥିବାବେଳେ ୭ରୁ ୮ ଦଶକ ପୂର୍ବରୁ ଭାରତ ଛାଡି ଉଗାଣ୍ଡା ପଳାଇଯାଇଥିଲା ତାଙ୍କ ପରିବାର ।