ମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ, ତାତିଲେ ଚାଷୀ

Feb 22, 2025 - 12:10
 0  2
ମଣ୍ଡିରେ ବ୍ୟାପକ ଅନିୟମିତତା ଅଭିଯୋଗ, ତାତିଲେ ଚାଷୀ

ମଣ୍ଡିରେ ଧାନ କିଣା ଅନୀୟମିତତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବାଲେଶ୍ବର ଜିଲ୍ଲା ନୀଳଗିରିର ଚାଷୀ । ଶେରଗଡରୁ ଝରଣାଘାଟି ରାସ୍ତାର ଛତ୍ରପୁର ଛକରେ ଧାନବସ୍ତା ରଖି କରିଛନ୍ତି ରାସ୍ତାରୋକ୍। ୧୯ ନମ୍ବର ରାଜ୍ୟ ରାଜ୍ୟପଥରେ ଆନ୍ଦୋଳନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ଵରେ ବନ୍ଦ ରହିଛି ଗାଡ଼ିମୋଟର ଚଳାଚଳ। ଫଳରେ ବାଲେଶ୍ଵର ଓ ମୟୂରଭଞ୍ଜକୁ ଯାତାୟତ ହୋଇଛି ବାଧାପ୍ରାପ୍ତ।ସୂଚନା ଅନୁଯାୟୀ, ମାଟିଆଳି ଲ୍ଯାମ୍ପସ୍ ଅଧୀନରେ ଥିବା ଛତ୍ରପୁର ଧାନମଣ୍ଡିରେ ଚାଷୀଙ୍କୁ ଦିଆଯାଇଥିଲା ଧାନ ଟୋକନ୍। କିନ୍ତୁ ଜାନୁଆରୀ ମାସରୁ ଟୋକେନ୍ ଦିଆଯାଇଥିବା ଚାଷୀଙ୍କ ଧାନ ଆଜି ପର୍ଯ୍ୟନ୍ତ ଉଠିନଥିବା ହୋଇଛି ଅଭିଯୋଗ। ଯେଉଁ ଚାଷୀମାନେ ଧାନ ଦେଉଛନ୍ତି ସେମାନଙ୍କର ୭ରୁ ୯ ପ୍ରତିଶତ ହେଉଛି କାଟଛାଟ।ଏନେଇ ଉପଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ବାଧ୍ୟ ହୋଇ ରାସ୍ତାରୋକ କରିଛନ୍ତି ଚାଷୀ । 

What's Your Reaction?

like

dislike

love

funny

angry

sad

wow