କ୍ଷମା ମାଗିଲେ କଙ୍ଗନା ରଣାଓ୍ୱତ

Sep 25, 2024 - 17:30
 0  2
କ୍ଷମା ମାଗିଲେ କଙ୍ଗନା ରଣାଓ୍ୱତ

କ୍ଷମା ମାଗିଲେ ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ୱତ। ତିନି କୃଷି ଆଇନ୍‌କୁ ନେଇ ସେ ଦେଇଥିଲେ ବିବାଦୀୟ ବୟାନ । ତେବେ ଏହାକୁ ନେଇ ଚାପ ବଢ଼ିବାରୁ ସେ ଏବେ ମାରିଛନ୍ତି ୟୁ-ଟର୍ଣ୍ଣ। ଭିଡିଓ ଜାରି କରି ସଫେଇ ଦେବା ସହ ବଦଳାଇଛନ୍ତି ନିଜ ମତ।ରଦ୍ଦ ହୋଇଥିବା ତିନି କୃଷି ଆଇନକୁ ପୁଣି ଥରେ ଲାଗୁ କରିବାକୁ ନେଇ ମଙ୍ଗଳବାର ବୟାନ ଦେଇଥିଲେ କଙ୍ଗନା। ତାଙ୍କର ଏହି ବୟାନ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ରାଜନୈତିକ ବୟାନବାଜୀ। ଚାରିଆଡୁ ତାଙ୍କୁ କରାଯାଇଛି ନିଶାଣ। ଏପରିକି ନିଜ ଦଳରେ ମଧ୍ୟ ହୋଇଛନ୍ତି  ସମାଲୋଚନାର ଶିକାର । ଏହାପରେ ଏକ ନୂଆ ଭିଡିଓ ଜାରି କରି ନିଜ ଶବ୍ଦ ଫେରାଇ ନେଉଥିବା କହିଛନ୍ତି କଙ୍ଗନା ରଣାଓ୍ୱତ।

What's Your Reaction?

like

dislike

love

funny

angry

sad

wow