ଜାତୀୟ ଶିକ୍ଷାନୀତି ପାଇଁ ଗଠନ ହେଲା କମିଟି
ଜାତୀୟ ଶିକ୍ଷାନୀତି ପାଇଁ ଗଠନ ହେଲା କମିଟି । ନ୍ୟାସନାଲ ଏଜୁକେସନାଲ ପଲିସି କାର୍ଯ୍ୟକାରୀ କରିବାକୁ ୧୭ ଜଣିଆ କମିଟି ଗଠନ କଲେ ରାଜ୍ୟ ସରକାର । ଏହି କମିଟିର ଅଧକ୍ଷ ଭାବେ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କୁ କରାଯାଇଛି ନିଯୁକ୍ତ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦। ନୂତନ ଶିକ୍ଷା ନୀତି ଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ହେବ ସରଳୀକରଣ । ପ୍ରାଥମିକ ସ୍ତରରେ ପିଲାଙ୍କ ଶିକ୍ଷାର ଭିତ୍ତିଭୂମି ଠିକ୍ ରହିବା ନେଇ ପ୍ରତି ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କରିବାକୁ ଯାଉଛନ୍ତି ସରକାର । ଏଥିରେ ଡିଜିଟାଲ ଶିକ୍ଷାକୁ ଦିଆଯିବ ଗୁରୁତ୍ୱ । ବିଶେଷ କିର ଓଡିଆ ଭାଷା କଳା ଓ ସଂସ୍କୃତିକୁ ବି ଏଥିରେ କରାଯାଉଛି ପ୍ରଚାର ପ୍ରସାର । ତେବେ ଏନଇପି ଲାଗୁ ହେଲେ ଜିରୋ ଡ୍ରପ ଆଉଟ୍ ହେବା ସହ ମିଳିପାରିବ ଗୁଣାତ୍ମକ ଶିକ୍ଷା ।
What's Your Reaction?