ଜିଲ୍ଲାପାଳଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

Sep 27, 2024 - 14:46
 0  2
ଜିଲ୍ଲାପାଳଙ୍କୁ ଗୁରୁମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନରେ ଅନୁଷ୍ଠିତ ହେଉଛି ୨ଦିନିଆ  ଜିଲ୍ଲାପାଳ ସମ୍ମିଳନୀ। ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଜିଲ୍ଲାପାଳଙ୍କ ନିକଟରେ ହୁଏ  ଲୋକଙ୍କ ସମସ୍ୟା ସମାଧାନ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ରଖିଛି ଲକ୍ଷ୍ୟ । ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟକାରୀ ଜିଲ୍ଲାପାଳଙ୍କ ହାତରେ। ସରକାରଙ୍କ ଯୋଜନା ତୃଣମୂଳସ୍ତରରେ ପହଞ୍ଚାଇବା ଜିଲ୍ଲାପାଳଙ୍କ ଦାୟିତ୍ବ।ସରକାର ଓ ଲୋକଙ୍କ ମଧ୍ୟରେ ମୁଖ୍ୟ ସେତୁ ହେଉଛନ୍ତି ଜିଲ୍ଲାପାଳ। ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ହଟିବ ଗରିବୀ ।ରାଜଧାନୀକୁ ଛାଡ଼ିଦେଲେ ଅନ୍ୟ ସବୁଠି ସରକାର କହିଲେ ଜିଲ୍ଲାପାଳ।ଥାନା ଓ ଶିକ୍ଷାନୁଷ୍ଠାନକୁ ଯିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେଠାରେ କୌଣସି ତ୍ରୁଟିବିଚ୍ୟୁତି ଦେଖିଲେ ନିଅନ୍ତୁ କାର୍ଯ୍ୟାନୁଷ୍ଠାନ । ଏହି ସମୟରେ ସେ ନିଜ ସହ ଘଟିଥିବା ଏକ ଘଟଣାର କରିଥିଲେ ଅବତାରଣା ।ସେ ଆହୁରି କହିଛନ୍ତି ଯେ, ପୂର୍ବ ସରକାର ବେଳେ ହୋଇଥିବା ଦୁର୍ନୀତିର ତଦନ୍ତ କରନ୍ତୁ ଜିଲ୍ଲାପାଳ । ଗଣମାଧ୍ୟମ, ସାମାଜିକତ ଗଣମାଧ୍ୟମରେ ଆସୁଥିବା ଅଭିଯୋଗ ବାବଦରେ କରନ୍ତୁ ଅନୁଧ୍ୟାନ । ସେହିପରି ସ୍କୁଲ କାନ୍ଥରେ ରଙ୍ଗ ବୋଳି ଦେଲେ  ବିକାଶ ହୁଏନି ବୋଲି କହି ପୂର୍ବ ସରକାରର 5Tଟି ବ୍ୟବସ୍ଥାକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ।

What's Your Reaction?

like

dislike

love

funny

angry

sad

wow