ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା

ଆସନ୍ତା ଡିସେମ୍ବର ୨୫ ତାରିଖରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା। ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇପାରିନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଂଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଦିଆଯାଇଛି ନିର୍ଦ୍ଦେଶ। ଡିସେମ୍ବର ସୁଦ୍ଧା ସୁଭଦ୍ରାରେ ଗ୍ରହଣ ହୋଇଛି ମୋଟ  ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ। ଡିସେମ୍ବର ୬ ତାରିଖ ଯୋଗ୍ୟ ହିତାଧିକାରୀ ଓ ଅଯୋଗ୍ୟ ତାଲିକା ବ୍ଲକ, ସହରାଂଚଳ ଓ ମହାନଗର ନିଗମ ସ୍ତରରେ ପ୍ରକାଶ କରାଯିବ ଓ ଏହା ପରେ ଆଉ ୭ ଦିନ ଯାଏଁ ଗ୍ରହଣ କରାଯିବ ଆପତ୍ତି ।