ତିରୁପତି ଲଡ଼ୁରେ ମିଶୁଛି ପଶୁ ଚର୍ବି ଓ ମାଛ ତେଲ
ତିରୁପତିଙ୍କ ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶିଛି ପଶୁଙ୍କ ଚର୍ବି ଓ ମାଛ ତେଲ। ଏନେଇ ରିପୋର୍ଟ ଦେଇଛି ଗୁଜରାଟରେ ଥିବା ରାଷ୍ଟ୍ରୀୟ ଡାଏରୀ ବିକାଶ ବୋର୍ଡର ପଶୁଧନ, ଖାଦ୍ୟ ବିଶ୍ଲେଷଣ ଓ ଅଧ୍ୟୟନ କେନ୍ଦ୍ରର ପ୍ରୟୋଗଶାଳା। ତେବେ କିଛି ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆଣିଥିଲେ ଏଭଳି ଅଭିଯୋଗ। ସେ ଅଭିଯୋଗ କରିଥିଲେ ଯେ, ଜଗନମୋହନ ରେଡ୍ଡୀ ସରକାରଙ୍କ ସମୟରେ ଲଡୁ ପ୍ରସ୍ତୁତ ପାଇଁ ବ୍ୟବହାର ହେଉଥିବା ଘିଅରେ ରହିଥିଲା ପଶୁ ଚର୍ବି ଓ ମାଛ ତେଲ।ଏହାପରେ ଘିଅର ନମୁନାକୁ ଯାଂଚ ପାଇଁ ପଠାଯାଇଥିଲା ଗୁଜରାଟ। ରିପୋର୍ଟ ଆସିବା ପରେ ଆନ୍ଧ୍ରପ୍ରଦେଶରେ ଶାସକ ଦଳ ତେଲୁଗୁ ଦେଶମ ଓ ବିରୋଧୀ ୱାଇଏସଆର କଂଗ୍ରେସ ମଧ୍ୟରେ ତୀବ୍ର ହୋଇଛି ବାକଯୁଦ୍ଧ। ସେପଟେ ରାଜନୈତିକ ଉଦ୍ଦେଶ୍ୟ ରଖି ଚନ୍ଦ୍ରବାବୁ ନାଇଡୁ ଏଭଳି ଅଭିଯୋଗ ଆଣିଛନ୍ତି ବୋଲି କହିଛି ୱାଇଏସଆର କଂଗ୍ରେସ।
What's Your Reaction?