ଦିଲ୍ଲୀ ରେଳଷ୍ଟେଶନରେ ଦଳାଚକଟା: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ ରେଳଷ୍ଟେଶନ ଦଳାଚକଟା ଘଟଣାରେ ୧୮କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା । ସୂଚନା ଅନୁଯାୟୀ,ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ବତନ୍ତ୍ର ରେଳ ପହଞ୍ଚିବାରେ ବିଳମ୍ବ ହେବାରୁ ପ୍ରଥମେ ଷ୍ଟେଶନରେ ବଢ଼ିଥିଲା ଭିଡ଼ । ଶନିବାର ରାତି ପ୍ରାୟ ୧୦ଟା ବେଳେ ରେଳ ଧରିବା ପାଇଁ ୧୪ ଓ ୧୫ ନମ୍ବର ପ୍ଲାଟ୍ଫର୍ମରେ ଭିଡ଼ ଜମାଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ଗହଳି ଏବଂ ଠେଲାପେଲା ମଧ୍ୟରେ ତଳେ ପଡ଼ିଯାଇଥିଲେ ଅନେକ ଯାତ୍ରୀ। ସେମାନଙ୍କ ମଧ୍ୟରୁ ଆହତଙ୍କୁ ତୁରନ୍ତ ହାସପାତାଳ ନିଆଯାଇଥିବାବେଳେ ୧୫ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ପରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ମିଳିଛି ସୂଚନା।ଏବେ ହାସପାତାଳରେ ଚିକିତ୍ସିତ ହେଉଛନ୍ତି ୧୨ ଜଣ ଆହତ।ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଏଥିସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏ ସହାୟତା ଘୋଷଣା କରାଯାଇଥିବାବେଳେ ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଓ ଆହତଙ୍କୁ ୧ ଲକ୍ଷ ଟଙ୍କା କରାଯାଇଛି ଘୋଷଣା ।
What's Your Reaction?






