ପୁଣି ବଢିଲା ଇ-କେୱାଇସି ଅବଧି

Feb 15, 2025 - 13:33
 0  8
ପୁଣି ବଢିଲା ଇ-କେୱାଇସି ଅବଧି

ପୁଣି ମାର୍ଚ୍ଚ ୩୧ ଯାଏଁ ବଢିଲା ପଡି କାର୍ଡ ଇ-କେୱାଇସି ଅପଡେଟ୍ ଅବଧି । ଏନେଇ ଘୋଷଣା କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଆଜି ସରିବାର ଥିଲା ଇ-କେୱାଇସି ଅପଡେଟର ଅବଧି। ଆଉ ଫେବୃଆରୀ ୧୫ ପରେ ଏହି ଅବଧି ବଢ଼ିବନି ବୋଲି ମଧ୍ଯ ପୂର୍ବରୁ କହିଥିଲେ ମନ୍ତ୍ରୀ । କିନ୍ତୁ ନେଟ୍‌ଓ୍ବର୍କ ସମସ୍ୟା ପାଇଁ କିଛି ସ୍ଥାନରେ ହୋଇପାରିନାହିଁ  ଇ-କେୱାଇସି ଅପଡେଟ। ଏହାକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଅବଧିକୁ ପୁଣି ବଢ଼ାଯାଇଥିବା କହିଛନ୍ତି ମନ୍ତ୍ରୀ । 

What's Your Reaction?

like

dislike

love

funny

angry

sad

wow