ଗୁରୁଗ୍ରାମରେ ସଫଳ ଖେଳାଳି ଝିଅକୁ ଗୁଳି କରି ମାରିଦେଲେ ନିଜ ବାପା

Jul 11, 2025 - 18:23
 0  0
ଗୁରୁଗ୍ରାମରେ ସଫଳ ଖେଳାଳି ଝିଅକୁ ଗୁଳି କରି ମାରିଦେଲେ ନିଜ ବାପା

ଦିଲ୍ଲୀ ଗୁରଗ୍ରାମରେ ୨୫ ବର୍ଷୀୟI ରାଜ୍ୟ ସ୍ତରୀୟ ଟେନିସ୍‌ ଖେଳାଳୀ ଝିଅ ରାଧିକା ଯାଦବଙ୍କୁ ଗୁଳି କରି ହତ୍ୟା କରିଛନ୍ତି ନିଜ  ବାପା ଦୀପକ ଯାଦବ ।  ପ୍ରାଥମିକ ତଦନ୍ତ ପରେ ପୁଲିସ ପକ୍ଷରୁ ଆସିଛି ତାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ କଲା ଭଳି ସୂଚନା । ପୁଲିସର ମନ୍ତବ୍ୟ ଅନୁସାରେ ରାଧିକାଙ୍କ ବାପା ଦୀପକ କହିଛନ୍ତି ଯେ, କିଛି ମାସ ପୂର୍ବରୁ ରାଧିକା  ଖୋଲିଥିଲେ ଏକ ଟେନିସ୍ ଏକାଡେମୀ ।  ପରେ ପରେ  ମୋତେ ଟାହିଟାପରା କରିବା ଆରମ୍ଭ କରିଦେଲେ ଲୋକମାନେ। ସମସ୍ତେ କହିଲେ କି ମୁଁ ମୋ ଝିଅର ରୋଜଗାର ଖାଉଛି । ସେଥିପାଇଁ ବାପା ଝିଅ ରାଧିକାକୁ ବାଧ୍ୟ କରୁଥିଲେ ଏକାଡେମୀ ବନ୍ଦ କରିବାକୁ I କିନ୍ତୁ ଝିଅ ଆଦୌ ସେ କଥାରେ ରାଜି ନହେବାରୁ କ୍ରୋଧିତ ହୋଇ ରାଧିକାଙ୍କୁ ଗୁଳି କରିଥିବା ମାନିଛନ୍ତି ସେ ।

What's Your Reaction?

like

dislike

love

funny

angry

sad

wow