ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲା : ମାଷ୍ଟରମାଇଣ୍ଡ ସହ ଆଉ ୩ ଜଣ ଗିରଫ

ନିଟ୍-ୟୁଜି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ମାଷ୍ଟରମାଇଣ୍ଡ ସହ ଆଉ ତିନି ଜଣଙ୍କୁ ଗିରଫ କରିଛି ସିବିଆଇ। ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଡାକ୍ତରୀ ଛାତ୍ର ଥିବା ବେଳେ ଜଣେ ବିଟେକ ଛାତ୍ର ଅଛନ୍ତି। ବିଟେକ ଛାତ୍ର ଜଣକ ଘଟଣାର ମାଷ୍ଟରମାଇଣ୍ଡ ବୋଲି ମିଳିଛି ସୂଚନା। ପରୀକ୍ଷା ଦିନ ଅର୍ଥାତ ମେ ୫ ତାରିଖରେ ସେମାନେ ହଜାରିବାଗ ଅଞ୍ଚଳରେ ରହି ପ୍ରସ୍ତୁତ କରିଥିଲେ ସବୁ ନିଟ୍ ପ୍ରଶ୍ନପତ୍ରର ଉତ୍ତର । ବିଟେକ ଛାତ୍ର ସୁଶୀଲ ପାଶୱାନ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ପଙ୍କଜଙ୍କୁ କରିଥିଲା ସହାୟତା । ପଙ୍କଜ ହିଁ ହଜାରିବାଗର ଟ୍ରଙ୍କରୁ ଚୋରି କରିଥିଲା ପ୍ରଶ୍ନପତ୍ର । ପୂର୍ବରୁ ପଙ୍କଜଙ୍କୁ ଗିରଫ କରାଯାଇଥିବା ବେଳେ ଏହି ତିନି ଜଣଙ୍କୁ ମିଶାଇ ମୋଟ ୧୭ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ ।
What's Your Reaction?






