ବାଲେଶ୍ଵର ଅରଡବଜାର ଠାରୁ ପରିବା ବଜାର ପର୍ଯ୍ୟନ୍ତ କର୍ଫ୍ୟୁ

ବାଲେଶ୍ଵର ଅରଡବଜାର ଠାରୁ ପରିବା ବଜାର ପର୍ଯ୍ୟନ୍ତ କର୍ଫ୍ୟୁ

ବାଲେଶ୍ଵର ଅରଡବଜାର ଠାରୁ ପରିବା ବଜାର ଅଞ୍ଚଳରେ ଜାରି ହୋଇଛି କର୍ଫ୍ୟୁ । ରେଳ ଲାଇନ୍ ସମ୍ପ୍ରସାରଣ ପାଇଁ ଅରଡବଜାର ବସ୍ତି କରାଯିବ ଉଚ୍ଛେଦ । ଏନେଇ ଏକାଧିକ ବ୍ୟକ୍ତିଙ୍କ ଏକତ୍ରିତ ହେବା, ସଭା, ରାଲି ଉପରେ ପ୍ରଶାସନ ତରଫରୁ ଲାଗୁ କରାଯାଇଛି କଟକଣା  । ହରିପୁରରୁ ଦର୍ଜିପୋଖରୀ, କସିମିଳା ଠାରୁ ଫୁଲାଡି, ନୂଆ ବଜାର ରେଳ ଫାଟକରୁ ଗୋପାଳପୁର ଓ ପରିବା ବଜାର ପର୍ଯ୍ୟନ୍ତ କର୍ଫ୍ଯୁ ଜାରି କରିଛି ଜିଲ୍ଲା ପ୍ରଶାସନ। ଆଜି ଏବଂ ରବିବାର ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ଏହି କର୍ଫ୍ୟୁ ।