ବେଙ୍ଗାଲୁରୁ କୋଠା ଭୁଶୁଡିବା ଘଟଣାରେ ୫କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା
ବେଙ୍ଗାଲୁରୁ କୋଠା ଭୁଶୁଡିବା ଘଟଣାରେ ୫କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା ।ଏବେବି ୧୭ଜଣ ଲୋକ ମାଟି ତଳେ ଫସି ରହିଥିବା କରାଯାଉଛି ଆଶଙ୍କା। ସେମାନଙ୍କୁ ଉଦ୍ଧାର କରିବାକୁ ଲାଗିପଡ଼ିଛନ୍ତି ଏନଡିଆରଏଫ ଏବଂ ଏସଡିଆରଏଫ ଦଳ। ବର୍ତ୍ତମାନ ସୁଦ୍ଧା ୧୩ଜଣ ଲୋକଙ୍କୁ କରାଯାଇଛି ସୁରକ୍ଷିତ ଉଦ୍ଧାର। ମଙ୍ଗଳବାର ସଂଧ୍ୟାରେ ବେଙ୍ଗାଲୁରୁରେ ଅଚାନକ ଭୁଶୁଡ଼ି ପଡ଼ିଥିଲା ଏକ କୋଠା। ଫଳରେ ମାଟି ତଳେ ଫସିଯାଇଥିଲେ ଏଥିରେ କାମ କରୁଥିବା ୫୦ରୁ ଅଧିକ ଲୋକ।ସେପଟେ ଏହି ଦୁର୍ଘଟଣାକୁ ନେଇ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି ଶିବକୁମାର କହିଛନ୍ତି ଯେ, ଏହି ବିପର୍ଯ୍ୟୟକୁ ରୋକି ପାରିବେ ନାହିଁ ସରକାର । କିନ୍ତୁ ରିଲିଫ ଏବଂ ଉଦ୍ଧାର ପାଇଁ ନିଆଯାଉଛି ଆବଶ୍ୟକ ପଦକ୍ଷେପ । ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିୟୋଜିତ ଅଛନ୍ତି ଅନେକ ଦଳ। ଆପାର୍ଟମେଣ୍ଟ ଏବଂ ତଳିଆ ଅଞ୍ଚଳରୁ ଜଳ ହଟାଇବା ପାଇଁ ପମ୍ପ କରାଯାଇଛି ନିୟୋଜିତ ।
What's Your Reaction?