ଭିଜିଲାନ୍ସ ଜାଲରେ ଜେଇ
୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନ୍ଧମାଳ ଫିରିଙ୍ଗିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ପାଢ଼ୀ। ତାଙ୍କୁ ଲାଞ୍ଚ ଟଙ୍କା ସହିତ ଗିରଫ କରିଛି ଫୁଲବାଣୀ ଭିଜିଲାନ୍ସ ଦଳ।ଖବର ଅନୁଯାୟୀ, ଗୋଚ୍ଛାପଡା ପଞ୍ଚାୟତ ବ୍ରୁଡିଗୁଡା ଠାରେ ନିର୍ମାଣ ହୋଇଥିଲା ଏକ ବିଶ୍ରାମାଗାର। ଏହି କାମର ବିଲ୍ କରାଇ ଦେବା ପାଇଁ ଠିକାଦାର ରଘୁନାଥ ମହାକୁଡ଼ଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଯନ୍ତ୍ରୀ ଅଶୋକ ପାଢ଼ୀ। ଶେଷରେ ଏନେଇ ଭିଜିଲାନ୍ସକୁ ଜଣାଇଥିଲେ ଠିକାଦାର ରଘୁନାଥ ପାଢୀ । ସୋମବାର ସକାଳେ ଯନ୍ତ୍ରୀ ଫିରିଙ୍ଗିଆ ସ୍ଥିତ ନିଜ ସରକାରୀ ବାସଭବନରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁସାରେ ଧରିଥିଲେ ଭିଜିଲାନ୍ସ। ବର୍ତ୍ତମାନ ଯନ୍ତ୍ରୀଙ୍କ ଏକକାଳୀନ ୪ଟି ସ୍ଥାନ ଫିରିଙ୍ଗିଆ ସ୍ଥିତ କାର୍ଯ୍ୟାଳୟ, ବାସଭବନ ସହ ବ୍ରହ୍ମପୁରର ପୌତୃକ ଘର ଏବଂ ଲୋଚ୍ଛାପଡ଼ା ସ୍ଥିତ ଶଶୁର ଘରେ ଚଢାଉ ଜାରି ରଖିଛନ୍ତି ବ୍ରହ୍ମପୁର ଏବଂ ଫୁଲବାଣୀ ଭିଜିଲାନ୍ସ ଦଳ।
What's Your Reaction?