ମୋ ପାଖେ ଲବି କାମ ଦେବନି: ଚରଣ ଦାସ ମହନ୍ତ
ମୋ ପାଖରେ କାମ ଦେବନି ଲବି । ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ମୁଁ ଆସିଛି ଓଡିଶା । ତେବେ ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି କନିଷ୍ଠ ନେତାଙ୍କ ପର୍ୟ୍ୟନ୍ତ ସମସ୍ତଙ୍କ କଥା ଶୁଣିବି, ଚର୍ଚ୍ଚା ହେଉଥିବା ନା ପକାଇବନି କୌଣସି ପ୍ରଭାବ । ଅନ୍ୟ ରାଜ୍ୟର ନିର୍ବାଚନ ପରେ ନଭେମ୍ବର ୨୩ ବେଳକୁ ହାଇକମାଣ୍ଡଙ୍କ ପାଖେ ପ୍ରଦାନ କରିବି ରିପୋର୍ଟ । ଏହାପରେ କିଏ ହେବ ରାଜ୍ୟର ପରବର୍ତ୍ତୀ ପିସିସି ମୁଖିଆ, ସେନେଇ ହାଇକମାଣ୍ଡ ହିଁ ନେବେ ନିଷ୍ପତ୍ତି ।ଆଜି ଭୁବନେଶ୍ୱରରେ ପହଞ୍ଚି ଏପରି କହିଛନ୍ତି ପିସିସି ସଭାପତି ଚୟନ ପ୍ରସଙ୍ଗରେ ଆସିଥିବା ଛତିଶଗଡ ବିରୋଧୀ ଦଳର ନେତା ଚରଣ ଦାସ ମହନ୍ତ,ଯାହାପରେ ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟ କଂଗ୍ରେସର ନେତା।
What's Your Reaction?