ଓଡ଼ିଶାକୁ ବାର୍ଡ ଫ୍ଲୁ ଭୟ, ଚିକେନ ନ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

Aug 26, 2024 - 13:43
 0  3
ଓଡ଼ିଶାକୁ ବାର୍ଡ ଫ୍ଲୁ ଭୟ, ଚିକେନ ନ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ପୁରୀ ଜିଲ୍ଲା ପିପିଲିରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସବୁ ଜିଲ୍ଲାକୁ ଜାରି ହେଲା ନିର୍ଦ୍ଦେଶନାମା।ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ,ବାର୍ଡ ଫ୍ଲୁର ହଟ୍‌ସ୍ପଟ ପାଲଟିଛି ପିପିଲି । ପିପିଲିରେ ଅଛନ୍ତି ରାପିଡ ରେସପନ୍ସ ଦଳ। ବାର୍ଡ ଫ୍ଲୁ ବାହାରୁଥିବା ଅଞ୍ଚଳକୁ କରାଯାଉଛି କଣ୍ଟେନମେଣ୍ଟ ଘୋଷଣା। ।ସଂକ୍ରମଣ ରୋକିବାକୁ ଚାଲିଛି କୁକୁଡା ମରା ଅଭିଯାନ। ତେଣୁ ଏବେ କିଛି ଦିନ ଚିକେନ ନଖାଇବା ଭଲ।ବାର୍ଡ ଫ୍ଲୁରେ ସଂକ୍ରମଣ ହେଲେ ପ୍ରଥମେ ହେବ ଜ୍ବର। ଏଥିପାଇଁ  ଜିଲ୍ଲାୱାରୀ କରାଯାଉଛି ଜ୍ୱର ତଦାରଖ। ସେପଟେ ବାର୍ଡ ଫ୍ଲୁ ଭୟ ଭିତରେ ଓଡ଼ିଶାରୁ କୁକୁଡା ନେବାକୁ ମନା କଲା ପଶ୍ଚିମବଙ୍ଗ । କୁକୁଡ଼ା ଓ କୁକୁଡ଼ା ଜାତ ଦ୍ରବ୍ୟ ଆମଦାନୀ ଉପରେ କଟକଣା ଲଗାଇଛି ପଶ୍ଚିମବଙ୍ଗ ପୋଲ୍ୟୁଟ୍ରି ଫେଡେରେସନ୍ ।

What's Your Reaction?

like

dislike

love

funny

angry

sad

wow