ଓଡିଶା ଛାଡି ଯିବନାହିଁ ନିପନ ଷ୍ଟିଲ୍
ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ପ୍ଲାଣ୍ଟ ଓଡିଶାରୁ ଚାଲି ଯାଉଥିବା ବିଜେଡି ନେତା ପ୍ରତାପ ଜେନା କହିବା ପରେ ଏହା ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ।ସେ କହିଛନ୍ତି ଯେ, ଓଡିଶା ଛାଡି ଯିବନାହିଁ ନିପନ ଷ୍ଟିଲ୍ । ଓଡ଼ିଶାର ଲୋକଙ୍କୁ ଭ୍ରମିତ କରୁଛି ବିଜେଡି । ସାରା ଦେଶର ଏକ ପ୍ରମୁଖ କମ୍ପାନୀ ହେଉଛି ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ କମ୍ପାନୀ । ପୂର୍ବ ସରକାରରେ ଯେଉଁ ଶିଳ୍ପ ଫେରିଯାଇଥିଲେ ସେମାନେ ଏବେ ଓଡ଼ିଶା ଫେରୁଥିବା କହିଛନ୍ତି ଶିଳ୍ପ ମନ୍ତ୍ରୀ । ଆଗରୁ ମଧ୍ୟ ଜେଏସଡବଲ୍ୟୁ-ଇଭି ଫେରି ଯାଉଛି ବୋଲି କହି ଲୋକଙ୍କୁ ଭ୍ରମିତ କରାଯାଇଥିଲା, ପରେ ସତ୍ୟତା ଜଣାପଡ଼ିଲା ବୋଲି କହିଛନ୍ତି ସମ୍ପଦ ସ୍ୱାଇଁ ।
What's Your Reaction?