ମୋ ପ୍ରତି ଭାରତ ସରକାର ଘୋର ଅନ୍ୟାୟ କରିଛନ୍ତି ,Xରେ ସୂଚନା ଦେଲେ ବିଜୟ ..
ବ୍ୟବସାୟୀ ବିଜୟ ମାଲ୍ୟା ପୁଣି ଥରେ ତାଙ୍କୁ ପଳାତକ ବୋଲି ଆଖ୍ୟା ଦିଆଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ମାଲ୍ୟା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି,
ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣି ଥରେ ତାଙ୍କୁ ପଳାତକ ବୋଲି ଆଖ୍ୟା ଦିଆଯିବା ଉପରେ ପ୍ରଶ୍ନ ଉଠାଇଛନ୍ତି। ମାଲ୍ୟା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି, ମୁଁ ଭାରତ ଫେରିବାକୁ ପଛାଉନାହିଁ। ଯେଉଁମାନେ ମୋତେ ପଳାତକ କହୁଛନ୍ତି ସେମାନେ ବୁଝିବା ଉଚିତ୍ ଯେ ମୁଁ ୧୯୯୨ ମସିହାରୁ ୟୁକେର ସ୍ଥାୟୀ ବାସିନ୍ଦା। ବର୍ତ୍ତମାନ, ମୋତେ ଦେଶ ଛାଡିବାକୁ ଆଇନଗତ ଭାବରେ ବାରଣ କରାଯାଇଛି।
ଭାରତ ସରକାର ମୋ ପ୍ରତି ଘୋର ଅନ୍ୟାୟ କରିଛନ୍ତି।ଭାରତ ସରକାରଙ୍କ ରେକର୍ଡରେ ବିଜୟ ମାଲ୍ୟାଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଛି। ଅକ୍ଟୋବର ୨୦୨୫ରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ସୂଚନା ଦେଇଥିଲେ ଯେ, ପଳାତକ ଅର୍ଥନୈତିକ ଅପରାଧୀ ଆଇନ ୨୦୧୮ ଅନୁଯାୟୀ ୧୫ ଜଣଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଛି। ଏହି ତାଲିକାରେ ବିଜୟ ମାଲ୍ୟା ଏବଂ ନୀରବ ମୋଦୀ ସମେତ ଅନେକ ଜଣାଶୁଣା ବ୍ୟକ୍ତିଙ୍କ ନାମ ରହିଛି।
ଏହି କାରଣରୁ ମାଲ୍ୟାଙ୍କୁ ଭାରତରେ ଜଣେ ପଳାତକ ଅର୍ଥନୈତିକ ଅପରାଧୀ ଭାବରେ ବିବେଚନା କରାଯାଏ। ତେବେ ମାଲ୍ୟା ଏବେ ଏହି ଆଖ୍ୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ୟୁକେରେ ତାଙ୍କର ରହିବା ଭାରତରୁ ପଳାଇବା ପାଇଁ ଚେଷ୍ଟା ନୁହେଁ, ବରଂ ତାଙ୍କ ବିରୋଧରେ ଚାଲିଥିବା ଆଇନଗତ ପରିସ୍ଥିତିର ପରିଣାମ।
ମାଲ୍ୟାଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗରେ ଭାରତ ସରକାରଙ୍କ ମତ ସର୍ବଦା ସ୍ପଷ୍ଟ ରହିଛି। ଡିସେମ୍ବର ୨୦୨୫ରେ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଥିଲେ ଯେ ସରକାର ଭାରତରେ ଆଇନ ଅନୁଯାୟୀ ପଳାତକମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ ଏପରି ମାମଲାଗୁଡ଼ିକରେ ଅନେକ ଆଇନଗତ ପ୍ରକ୍ରିୟା ଜଡିତ। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, ସରକାର ଏହି ପ୍ରସଙ୍ଗରେ ଅନେକ ଦେଶ ସହିତ ଆଲୋଚନା କରୁଛନ୍ତି ଏବଂ ପ୍ରକ୍ରିୟା ଜାରି ରହିଛି। ଅର୍ଥନୈତିକ ଅପରାଧ ମାମଲାର ପଳାତକମାନେ କିଭଳି ଭାରତକୁ ଫେରି ଆସିବେ ଏବଂ ଭାରତୀୟ କୋର୍ଟରେ ବିଚାରର ସମ୍ମୁଖୀନ ହେବେ ସେନେଇ ସରକାର ଚେଷ୍ଟା କରୁଛନ୍ତି।
What's Your Reaction?