ରାଜ୍ୟରେ ଏଥର ଅଂଶୁଘାତ ମୃତ୍ୟୁସଂଖ୍ୟା ୪୧
ଚଳିତବର୍ଷ ଓଡିଶାରେ ୪୧ଜଣଙ୍କ ଅଂଶୁଘାତରେ ହେଇଛି ମୃତ୍ୟୁ । ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ।ତେବେ ୭୩ ଜଣଙ୍କ ମୃତ୍ୟୁକୁ ନେଇ ଏବେବି ଚାଲିଛି ତଦନ୍ତ । କିଛି ମୃତଦେହ ପୋଷ୍ଟମର୍ଟମ୍ ନକରି ନେଇ ଯାଇଛନ୍ତି ପରିବାର ଲୋକ । ଗତକାଲି ଆସିଥିଲା ୧୬ଟି ଅଂଶୁଘାତ ମାମଲା। ଚଳିତ ବର୍ଷ ଏଯାଏଁ ୨୨୬୯ଟି ଅଂଶୁଘାତ ରୋଗୀ ଚିକିତ୍ସା ପାଇଛନ୍ତି ବୋଲି ସୂଚନା ଦେଇଛନ୍ତି ଡାକ୍ତର ନୀଳକଣ୍ଠ ମିଶ୍ର।ଅନ୍ୟପଟେ ରାଜ୍ୟରେ ପ୍ରଚଣ୍ଡ ତାତିକୁ ଦୃଷ୍ଟିରେ ରଖି ୮ ଜିଲ୍ଲାପାଳଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରିଛନ୍ତି ଏସଆରସି । ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲା ପାଇଁ ଜାରି ହୋଇଛି ନିର୍ଦ୍ଦେଶାନାମା । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ ଘରୁ ନବାହାରିବା, ହାଲୁକା, ଧଳା ଓ ସୂତା ବସ୍ତ୍ର ପରିଧାନ କରିବା, ବାହାରକୁ ବାହାରିବା ସମୟରେ ମୁଣ୍ଡକୁ ଘୋଡ଼ାଇ ରଖିବା, ଓଦା କପଡ଼ା, ଛତା ଓ ଟୋପି ପିନ୍ଧିବାକୁ ମଧ୍ଯ ଦିଆଯାଇଛି ପରାମର୍ଶ । ପ୍ରଚୁର ପାଣି, ଓଆରଏସ, ଲସି, ତୋରାଣି, ଆଖୁରସ, ଲେମ୍ବୁ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ବିଶେଷକରି ଗର୍ଭବତୀ ଓ ହାସପାତାଳରେ କାର୍ଯ୍ୟରତ କର୍ମଚାରୀଙ୍କ ପ୍ରତି ଅଧିକ ଗୁରୁତ୍ୱ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ ।
What's Your Reaction?