ଜୁନ୍ ୧୩ରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଆସନ୍ତା ଜୁନ୍ ୧୩ ତାରିଖରୁ ସାମ୍ବାଦିକଙ୍କ ପାଇଁ ଖୋଲିବ ଲୋକସେବା ଭବନ । ୨୦୨୦ ମାର୍ଚ୍ଚ ମାସ ତଥା କରୋନା କାଳରୁ ସାମ୍ବାଦିକଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲଗାଇଥିଲା ବିଜେଡି ସରକାର । ଯାହାକୁ ନେଇ ଅନେକ ସମୟରେ ପ୍ରତିବାଦ କରିବା ସହ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲାଯାଉ ବୋଲି ଦାବି ରଖିଥିଲା ବିଜେପି । ଏପରିକି ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳିଥିଲା ଅସନ୍ତୋଷ ।
What's Your Reaction?






