ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର  ଚାରି ଦ୍ୱାର

Jun 11, 2024 - 12:37
 0  3
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର  ଚାରି ଦ୍ୱାର

ଆଗାମୀ ଦୁଇ ରୁ ତିନି ଦିନ ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିରର  ଚାରି ଦ୍ୱାର । ଏନେଇ ଆରମ୍ଭ ହୋଇଛି ପ୍ରସ୍ତୁତି। ସିଂହଦ୍ୱାର ଭଳି ଅନ୍ୟ ଦ୍ୱାର ଗୁଡିକରେ ବି କରାଯିବ ବ୍ୟାରିକେଡ୍ । ଜୋତା, ଚପଲ, ବ୍ୟାଗ୍ ରଖିବାକୁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା । ଏହାରିି ଭିତରେ ରଥଯାତ୍ରା ଆସୁଥିବାରୁ ଶ୍ରୀମନ୍ଦିର ବାହାରେ କରାଯାଇଥିବା ଏସି ସେଡ୍ ଖୋଲାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । କିଛି ଦିନ ପୂର୍ବରୁ ହିଁ ଖରାରୁ ରକ୍ଷା ପାଇବା ପାଇଁ  କରାଯାଇଥିଲା ଏସି ସେଡ୍ । ହେଲେ ଏଥିରେ ରଥଯାତ୍ରା ପ୍ରକ୍ରିୟାରେ ସମସ୍ୟା ଉପୁଜିପାରେ ବୋଲି, ଏସି ସେଡ୍ ଖୋଲାଯାଉଥିବା ମିଳିଛି ସୂଚନା ।

What's Your Reaction?

like

dislike

love

funny

angry

sad

wow