ଶପଥ ସମାରୋହ ପାଇଁ ନବୀନଙ୍କୁ ନିମନ୍ତ୍ରଣ

ଶପଥ ସମାରୋହ ପାଇଁ ନବୀନଙ୍କୁ ନିମନ୍ତ୍ରଣ

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହରେ ସାମିଲ ହେବାକୁ ଆଜି ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ ଓ ବସନ୍ତ ପଣ୍ଡା । ବିଜେପିର ନିମନ୍ତ୍ରଣ ଗ୍ରହଣ କରି କାର୍ଯ୍ୟକ୍ରମରେ ସାମିଲ ହେବାକୁ କହିଛନ୍ତି ନବୀନ। ଆସନ୍ତାକାଲି ବିଜେପିର ହେବ ଶପଥ ସମାରୋହ । ଭୁବନେଶ୍ୱରର ଜନତା ମୈଦାନରେ ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ।ସେହିପରି ନୂଆ ସରକାର ଶପଥ ଗ୍ରହଣ ଉତ୍ସବକୁ ଜଗନ୍ନାଥ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛନ୍ତି ବିଜେପି ବିଧାୟକ ଦଳ।