ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କ ଅନୁମତି ନେବେ ସରକାରୀ କର୍ମଚାରୀ

ଏଣିକି ସ୍ଥାବର ସମ୍ପତ୍ତି ବା ଚଳନ୍ତି ସମ୍ପତ୍ତି କିଣିବା ପୂର୍ବରୁ ସରକାରଙ୍କ ଅନୁମତି ନେବେ ସରକାରୀ କର୍ମଚାରୀ। କର୍ମଚାରୀମାନଙ୍କୁ ସେମାନଙ୍କର ଦୁଇ ମାସର ମୂଳ ଦରମା ଠାରୁ ଅଧିକ ମୂଲ୍ୟର ସ୍ଥାବର ସମ୍ପତ୍ତି ସହିତ ଜଡିତ ଯେକୌଣସି କାରବାର ରିପୋର୍ଟ କରିବାକୁ କହିଛନ୍ତି ରାଜ୍ୟ ସରକାର। ଓଡ଼ିଶା ଗଭର୍ଣ୍ଣମେଣ୍ଟ ସରଭ୍ୟାଣ୍ଟ କନଡକ୍ଟ ରୁଲ୍ ୧୯୫୯ର ରୁଲ୍ -୨୧ ଅନୁସାରେ ସରକାରଙ୍କ ଅନୁମତି ନେବା ଜରୁରୀ ବୋଲି ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଭାବରେ ପ୍ରକାଶ ପାଇଛି ବିଜ୍ଞପ୍ତି ।
What's Your Reaction?






