ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ବୋର୍ଡ ପକ୍ଷରୁ ୩ ହଜାର ୧୩୩ ଟି ପରୀକ୍ଷା କେନ୍ଦ୍ର ଓ ୩୧୪ ଟି ନୋଡାଲ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ମୋଟ ୫ ଲକ୍ଷ, ୨୨ ହଜାର ୩୩୬ ଜଣ ପରୀକ୍ଷାର୍ଥୀ। ସାଢେ ୭ଟାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପରେ ପ୍ରତି ସିଟିଂରେ ସକାଳ ୯ ଟାରୁ ଆରମ୍ଭ ହୋଇଥିଲା ପରୀକ୍ଷା । ଏଥର ସମସ୍ତ ପରୀକ୍ଷା କେନ୍ଦ୍ର ଓ ନୋଡାଲ ସେଣ୍ଟର ଉପରେ ନଜର ରଖିଛି ଏଆଇ କ୍ୟାମେରା। କୌଣସି ସ୍ଥାନରେ ଅନିୟମିତତା ବା ପ୍ରଶ୍ନପତ୍ର ଲିକ୍ ଭଳି ପ୍ରସଙ୍ଗ ଆସିଲେ ଲାଇଭ ମୋଡରୁ ତାହାକୁ ଦେଖି ନିଆଯିବ ତ୍ବରିତ କାର୍ଯ୍ୟାନୁଷ୍ଠାନ ।ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପରୀକ୍ଷା। ତେବେ ଏହି ଅବସରରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋହନ ମାଝୀ । ଏଥିସହ ସମସ୍ତ ପରୀକ୍ଷାର୍ଥୀଙ୍କ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
What's Your Reaction?






