ସର୍ତ୍ତ ମାନିଲେ ଲଢ଼େଇ ବନ୍ଦ’ ; ନେତାନ୍ୟାହୁଙ୍କ ବଡ ଘୋଷଣା
ଇସ୍ରାଏଲ୍ ସୈନ୍ୟବାହିନୀ ହମାସ ନେତା ୟାହିୟା ସିନୱରଙ୍କୁ ହତ୍ୟା କରିବା ପରେ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ।ଗାଜାବାସୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଯଦି ହମାସ ଇସ୍ରାଏଲର ବନ୍ଧକମାନଙ୍କୁ ଫେରାଇ ଆଣିବାକୁ ଏବଂ ଅସ୍ତ୍ରଶସ୍ତ୍ର ରଖିବାକୁ ରାଜି ହୁଏ, ତେବେ ଆସନ୍ତାକାଲି ଶେଷ ହେବ ଯୁଦ୍ଧ ।ତେବେ ହମାସ ଇସ୍ରାଏଲର ସର୍ତ୍ତ ଗ୍ରହଣ କରିବ କି ନାହିଁ ତାହା ଜଣାପଡିନି । କାରଣ ଯୁଦ୍ଧରେ ବହୁ ବଡ ନେତାଙ୍କୁ ହତ୍ୟା କରିଛନ୍ତି ଇସ୍ରାଏଲ୍ ସୈନ୍ୟ।
Jangyaseni Parida