ହୃଦଘାତର କାରଣ ନୁହେଁ କୋଭିଡ ଟିକା

The Union Ministry of Health has clarified that the COVID-19 vaccine does not cause heart attacks. There had been widespread speculation and fear that sudden deaths, especially among young individuals, were linked to the COVID-19 vaccine. Even Karnataka Chief Minister Siddaramaiah had raised concerns regarding this. However, a comprehensive investigation by two of India’s top medical institutions—the Indian Council of Medical Research (ICMR) and All India Institute of Medical Sciences (AIIMS)—found no direct link between the COVID vaccine and sudden death or heart attack.

Jul 2, 2025 - 14:03
 0  1
ହୃଦଘାତର କାରଣ ନୁହେଁ କୋଭିଡ ଟିକା

ହୃଦଘାତର କାରଣ ନୁହେଁ କୋଭିଡ ଟିକା। ଏନେଇ ସ୍ପଷ୍ଟ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ।କ୍ରମାଗତ ଦେଶରେ ଆଲୋଚନା ହେଉଥିଲା ଯେ, କୋଭିଡ୍-୧୯ ଟିକା ନେବା ପରେ ହଠାତ୍ ମୃତ୍ୟୁବରଣ କରୁଛନ୍ତି ଅନେକ ଯୁବପିଢୀ । ଏହାକୁ ନେଇ ଅନେକ ପ୍ରକାରର ଗୁଜବ ଓ ଭୟ ମଧ୍ଯ ହେଉଥିଲା  ପ୍ରସାରିତ ।  ଏପରିକି ହୃଦଘାତ କୋଭିଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ବୋଲି ଅଭିଯୋଗ କରିଥିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା । କିନ୍ତୁ ଏବେ ଏହି ପ୍ରସଙ୍ଗରେ, ଏକ ବଡ଼ ଓ ଗଭୀର ତଦନ୍ତ କରିଛନ୍ତି ଦେଶର ଦୁଇଟି ବୃହତ୍ତମ ଚିକିତ୍ସା ପ୍ରତିଷ୍ଠାନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ଏବଂ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ । ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, କୋଭିଡ୍ ଟିକା ଓ ହଠାତ୍ ମୃତ୍ୟୁ ବା ହୃଦଘାତ ମଧ୍ୟରେ ନାହିଁ କୌଣସି ସିଧାସଳଖ ସମ୍ପର୍କ ।

What's Your Reaction?

like

dislike

love

funny

angry

sad

wow