୨୪ ଜିଲ୍ଲାକୁ ଛୁଇଁଲା ମୌସୁମୀ

ଓଡ଼ିଶାର ୨୪ ଜିଲ୍ଲାକୁ ଅଗ୍ରସର ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ହୋଇଛି ବର୍ଷା । ବାକି ୬ ଜିଲ୍ଲାରେ ଏପର୍ଯ୍ୟନ୍ତ ଛୁଇଁନାହିଁ ମୌସୁମୀ। ସେହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର,ସୁନ୍ଦରଗଡ଼ ଓ ମୟୂରଭଞ୍ଜ। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତା ୨ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ରହିଛି ସମ୍ଭାବନା । କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ସହ ୩୦-୪୦ କିଲୋମିଟର ବେଗରେ ବହିବ ପବନ । ତେବେ ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝରେ ପ୍ରବଳ ବର୍ଷା ନେଇ ଜାରି ହୋଇଛି ଚେତାବନୀ ।
What's Your Reaction?






