‘ଅଣ୍ଡରୱାର୍ଲ୍ଡ’ର ୯୯% ମୋ ସମର୍ଥକ! ଗଡକରୀଙ୍କ ବୟାନରେ ହଇଚଇ

Sep 9, 2026 - 12:31
 0  1
‘ଅଣ୍ଡରୱାର୍ଲ୍ଡ’ର ୯୯% ମୋ ସମର୍ଥକ! ଗଡକରୀଙ୍କ ବୟାନରେ ହଇଚଇ

ନାଗପୁରର ଅଣ୍ଡରୱାର୍ଲ୍ଡ ସହ ମୋର ସମ୍ପର୍କ କଣ? କେତେ ସମର୍ଥନ ମିଳେ? ଏହାକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

 ଏକ କାର୍ଯ୍ୟକ୍ରମରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଗଡକରୀ, ଯାହା ଏବେ ରାଜନୈତିକ ମହଲଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି ।

ନାଗପୁରର ଅଣ୍ଡରୱାର୍ଲ୍ଡ ସହ ମୋର ସମ୍ପର୍କ କଣ? କେତେ ସମର୍ଥନ ମିଳେ? ଏହାକୁ ନେଇ ଏବେ ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଏକ କାର୍ଯ୍ୟକ୍ରମରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଗଡକରୀ, ଯାହା ଏବେ ରାଜନୈତିକ ମହଲଠାରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ଚର୍ଚ୍ଚାର ବିଷୟ ପାଲଟିଛି । ଗଡକରୀ କହିଛନ୍ତି, ନାଗପୁରର ଅଣ୍ଡରୱାର୍ଲ୍ଡ ଏବଂ ସୋସିଆଲ ୱାର୍ଲ୍ଡର ପ୍ରାୟ ୯୯ ପ୍ରତିଶତ ଲୋକ ତାଙ୍କ ସମର୍ଥକ । କିନ୍ତୁ ଏହି କଥା କହିବା ପରେ ସେ ତୁରନ୍ତ ସ୍ପଷ୍ଟୀକରଣ ମଧ୍ୟ ଦେଇଛନ୍ତି । ଅଣ୍ଡରୱାର୍ଲ୍ଡ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଅଛି ବୋଲି ଏହି ବୟାନକୁ ବୁଝାଯିବା ଉଚିତ ନୁହେଁ ବୋଲି କହିଛନ୍ତି ।

ଗଡକରୀଙ୍କ ଯୁକ୍ତି ହେଉଛି, ସେ ନାଗପୁରର ବିଭିନ୍ନ ଅଞ୍ଚଳରେ ରାସ୍ତା ନିର୍ମାଣ ସହ ଅନେକ ସାମାଜିକ କାମ କରିଛନ୍ତି । ତେଣୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସହ ତାଙ୍କର ସମ୍ପର୍କ ରହିଛି । ନାଗପୁରର ଅତ୍ୟଧିକ ଶିକ୍ଷିତ ଅଞ୍ଚଳରେ ତାଙ୍କୁ ପ୍ରାୟ ୭୦ରୁ ୭୫ ପ୍ରତିଶତ ଭୋଟ ମିଳିଥିବା ବେଳେ, ଅପରାଧପ୍ରବଣ, ଅଣ୍ଡରୱାର୍ଲ୍ଡ ଏବଂ ରେଡ୍-ଲାଇଟ୍ ଅଞ୍ଚଳରେ ତାଙ୍କ ଭୋଟ୍ ଶେୟାର ୯୨ ପ୍ରତିଶତ ପର୍ଯ୍ୟନ୍ତ ଥିବା ଗଡକରୀ କହିଛନ୍ତି । କିନ୍ତୁ ଗଡକରୀଙ୍କ ମୁଖ୍ୟ ଟାର୍ଗେଟ୍ ଥିଲା ଶିକ୍ଷିତ ଭୋଟର । ନିର୍ବାଚନ ସମୟରେ ଶିକ୍ଷିତ ଲୋକମାନେ ଦେଶର ରାଜନୀତି ଓ ସମସ୍ୟା ନେଇ ଆଲୋଚନା କରନ୍ତି, କିନ୍ତୁ ଭୋଟ୍ ଦେବାକୁ ଅନେକ ସମୟରେ ଆସନ୍ତି ନାହିଁ ବୋଲି ସେ କହିଛନ୍ତି ।

ତାଙ୍କ ମତରେ, ଗଣତନ୍ତ୍ରର ସବୁଠାରୁ ବଡ଼ ସମସ୍ୟା କେବଳ ରାଜନୈତିକ ଦଳ କିମ୍ବା ନେତା ନୁହନ୍ତି, ବରଂ ଭୋଟର ନିଜେ । ତେଣୁ ଗଣତନ୍ତ୍ର ପ୍ରତି ଲୋକଙ୍କ ପ୍ରତିବଦ୍ଧତା ଆବଶ୍ୟକ ବୋଲି ସେ କହିଛନ୍ତି । ଗଡକରୀ ଆହୁରି କହିଛନ୍ତି, ଭୋଟ୍ ଦେବା ସମୟରେ ଜାତି, ଧର୍ମ, ସମ୍ପ୍ରଦାୟ କିମ୍ବା ଭାଷାକୁ ନୁହେଁ, ବରଂ ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ପ୍ରସଙ୍ଗକୁ ଆଧାର କରି ନିଷ୍ପତ୍ତି ନେବା ଦରକାର ।

ସେ ନିଜର ରାଜନୈତିକ ଅନୁଭବ ମଧ୍ୟ ସେୟାର କରିଛନ୍ତି । ବିଜେପି ସଭାପତି ଥିବା ସମୟରେ ଜାତି ଆଧାରରେ ଭିନ୍ନ ଭିନ୍ନ ସେଲ୍ ତିଆରି କରି ଭୋଟ୍ ଆଣିବାର ପ୍ରୟାସ କରିଥିଲେ । କିନ୍ତୁ ଏହି ପରୀକ୍ଷା ସଫଳ ହୋଇନଥିଲା ବୋଲି ସେ କହିଛନ୍ତି। ସେହିପରି ଗଡକରୀ ରାଜନୀତିରେ ବିଶ୍ୱସନୀୟତା ଓ ସଚ୍ଚୋଟତାର ଗୁରୁତ୍ୱ ଉପରେ ମଧ୍ୟ ଜୋର ଦେଇଛନ୍ତି। ସାମ୍ବାଦିକମାନେ ନିର୍ଭୀକ ଓ ସତ୍ୟନିଷ୍ଠ ରହିବା ଆବଶ୍ୟକ, ଏବଂ ରାଜନେତାମାନେ ସମାଲୋଚନା ଗ୍ରହଣ କରିବାର ପରିପକ୍ୱତା ରଖିବା ଦରକାର ବୋଲି କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow