ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

Aug 30, 2024 - 12:34
 0  12
ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର, ଦୁଇ ଦିନ ଭିତରେ ଏହା ଅଧିକ ଘନୀଭୂତ ହେଇ ନେଇପାରେ ଅବପାତର ରୂପ । ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡିଶା ଉପକୂଳରେ ପହଞ୍ଚିବ ଅବପାତ । ଏହା ପ୍ରଭାବରେ ଅଗଷ୍ଟ ୩୧ ଯାଏଁ ଦକ୍ଷିଣ ଓଡିଶାରେ ଲାଗି ରହିବ ପ୍ରବଳ ବର୍ଷା । ଆଜି ପାଇଁ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲା ଗଜପତି,ମାଲକାନଗିରି, କୋରାପୁଟକୁ ନାଲି ସତର୍କତା ଜାରି କରାଯାଇଥିବାବେଳେ ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲା ପାଇଁ ଜାରି ହୋଇଛି ହଳଦିଆ ସତର୍କତା । ସେହିପରି ଆସନ୍ତାକାଲି ପାଇଁ ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟକୁ ଜାରି ହୋଇଛି କମଳା ସତର୍କତା। 

What's Your Reaction?

like

dislike

love

funny

angry

sad

wow