ଆତିଶିଙ୍କୁ ଗିରଫ କରିବା ପାଇଁ ଚାଲିଛି ଷଡଯନ୍ତ୍ର: ଅରବିନ୍ଦ କେଜରିୱାଲ
ପରିବହନ ବିଭାଗରେ ଚାଲିଛି ମିଛ ମାମଲା ପ୍ରସ୍ତୁତି। ମିଛ ମାମଲାରେ ଫସାଇ ଖୁବଶୀଘ୍ର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଏମାନେ କରିବେ ଗିରଫ । ସାମ୍ବାଦିକ ସମ୍ମିଳନୀ କରି ଏଭଳି କିଛି ବଡ଼ ଅଭିଯୋଗ ଆଣିଛନ୍ତି ଆମ୍ ଆଦମୀ ପାର୍ଟିର ମୂଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କୁ ଗିରଫ କରିବା ପାଇଁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ କୁହାଯାଇଛି ବୋଲି ସେ କରିଛନ୍ତି ଦାବି ।ଏହି ସମୟରେ ସେ ଦିଲ୍ଲୀ ସରକାରଙ୍କ ଯୋଜନାକୁ ବନ୍ଦ କରିଥିବା କରିଛନ୍ତି ଅଭିଯୋଗ ।ସେ ଆହୁରି କହିଛନ୍ତି ଯେ,ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆତିଶୀଙ୍କୁ ଗିରଫ କରିବା ପୂର୍ବରୁ ସେମାନେ ମୋ ସମେତ ଆପ୍ର ଅନେକ ବଡ଼ ନେତାଙ୍କ ଘରେ କରିବେ ଚଢ଼ାଉ। ଏହା ପଛର ଉଦ୍ଦେଶ୍ୟ ହେଉଛି ଆପ୍କୁ ତା'ର ସକରାତ୍ମକ ଅଭିଯାନରୁ ବିଭ୍ରାନ୍ତ କରିବା ବୋଲି କହିଛନ୍ତି କେଜ୍ରିଓ୍ୱାଲ।
What's Your Reaction?