ଆମେରିକାର ଲାଞ୍ଚ ଅଭିଯୋଗ ପରେ କେନିଆ ପ୍ରକଳ୍ପ ବାତିଲ୍

Nov 22, 2024 - 12:29
 0  1
ଆମେରିକାର ଲାଞ୍ଚ ଅଭିଯୋଗ ପରେ କେନିଆ ପ୍ରକଳ୍ପ ବାତିଲ୍

ଆମେରିକାର ଲାଞ୍ଚ ଅଭିଯୋଗ ପରେ ବଢୁଛି ଅଦାନୀ ଗ୍ରୁପର ସମସ୍ୟା । ଆଦାନୀ ସହ କରିଥିବା ଦୁଇଟି ବଡ ଚୁକ୍ତିନାମାଙ୍କୁ ରଦ୍ଦ କରିବାକୁ ଘୋଷଣା କରିଛନ୍ତି କେନିଆ ରାଷ୍ଟ୍ରପତି ବିଲିୟମ ରୁଟୋ। ବିମାନବନ୍ଦର ସମ୍ପ୍ରସାରଣ ଓ ବିଜୁଳି ଭଳି ଦୁଇଟି ବଡ ପ୍ରକଳ୍ପ ନେଇ ଅଦାନୀ ସହ ଚୁକ୍ତି କରିଥିଲା କେନିଆ । ବିଜୁଳି ପ୍ରସାରଣ କ୍ଷେତ୍ରରେ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଅଦାନୀ ସହ  ୭ଶହ ମିଲିୟନ ଡଲାରର ଚୁକ୍ତିନାମା ସ୍ୱାକ୍ଷର କରିଥିଲେ କେନିଆ ସରକାର । ସେହିଭଳି ଏକ ଅନ୍ତର୍ଜାତୀୟ ବିମାନବନ୍ଦରର ସଂପ୍ରସାରଣ ପାଇଁ କେନିଆ, ଅଦାନୀ ସହ ୧.୮ ବିଲିୟନ ଡଲାରର ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା, ଯାହା ବର୍ତ୍ତମାନ ହୋଇଛି ରଦ୍ଦ  । 

What's Your Reaction?

like

dislike

love

funny

angry

sad

wow