ଆସନ୍ତା ୧୭ରେ ଆରମ୍ଭ ହେବ ରତ୍ନଭଣ୍ତାର କାମ

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାମ।ମରାମତି ସରିବା ପରେ ହେବ ରତ୍ନର ଗଣତି ମଣତି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ମରାମତି ନେଇ କାର୍ଯ୍ୟସୂଚୀ ଦାଖଲ କରିସାରିଛି ଏଏସଆଇ ।ଦ୍ବିତୀୟ ଭୋଗ ମଣ୍ଡପ ପରେ ୫ଘଣ୍ଟା ପର୍ୟ୍ୟନ୍ତ ମରାମତି ପାଇଁ ଧାର୍ଯ୍ୟ ହୋଇଛି ସମୟ । ମରାମତି ସମୟରେ ଭକ୍ତ ଶ୍ରଦ୍ଧାଳୁ ବାହାର କାଠରୁ ଶ୍ରୀଜିୟୁଙ୍କୁ କରିପାରିବେ ଦର୍ଶନ । ମରାମତି ସମୟରେ ସାଧାରଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିଥିବା ଯୋଗୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବ୍ୟାପକ ଫୋର୍ସ କରାଯିବ ମୁତୟନ। ମରାମତି ପାଇଁ ଏଏସଆଇ ଓ ଅଧିକୃତ ଅଧିକାରୀ,ସେବାୟତଙ୍କ ମାର୍ଗ ଦର୍ଶିକା ଅନୁସାରେ କରାଯିବ ଯାଞ୍ଚ ।
What's Your Reaction?






