ପାର୍ବଣକୁ ସୁରକ୍ଷିତ କରିବାକୁ କଟକଣା ଜାରି
ପାର୍ବଣକୁ ସୁରକ୍ଷିତ କରିବାକୁ କଟକଣା ଜାରି କଲେ କଟକ ଜିଲ୍ଲାପାଳ। ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ପୂଜା ପେଣ୍ଡାଲ, ଭସାଣ ଶୋଭାଯାତ୍ରା ଏବଂ ବାଲିଯାତ୍ରାରେ ଡିଜେ, ଏଲଇଡି ଲାଇଟ୍, ଫାୟାର ଗନ୍ ବ୍ୟବହାରକୁ କରାଯାଇଛି ମନା।ପାର୍ବଣ ଓ ବାଲିଯାତ୍ରାରେ ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇବାକୁ ମଧ୍ଯ ହୋଇଛି ବାରଣ । କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡ଼ାକଡ଼ି ପାଳନ ପାଇଁ ଦିଆଯାଇଛି ନିର୍ଦ୍ଦେଶ । ନିର୍ଦ୍ଦେଶନାମାର ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
Jangyaseni Parida