ଆସୁଛି ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ! ଓଡ଼ିଶାକୁ ଘାରିଲାଣି ଭୟ
ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ୨୬ ଅକ୍ଟୋବର ସୁଦ୍ଧା ବାତ୍ୟାର ରୂପ ନେଇପାରେ। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଏହା ଗତି କରିବାର ସମ୍ଭାବନା ରହିଛି। ଓଡ଼ିଶାରେ ୨୬ରୁ ବର୍ଷା ବଢ଼ିବା ଆଶଙ୍କା।
ଆସୁଛି ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ । ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ କ୍ଷେତ୍ର । ଆସନ୍ତା ୨୬ରେ ବାତ୍ୟା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆସନ୍ତାକାଲି ସଦୃଶ୍ୟ ଲଘୁଚାପର ରୂପ ନେଇପାରେ । ୨୫ ତାରିଖରେ ଗଭୀର ଅବପାତର ରୂପ ନେବାର ସମ୍ଭାବନା ଅଛି । ଅବପାତଟି ଅଧିକ ଶକ୍ତିଶାଳୀ ହୋଇ ଅକ୍ଟୋବର ୨୬ ତାରିଖରେ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଇଛି ।
ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ । ଦକ୍ଷିଣ ଓଡ଼ିଶା ଦେଇ ଆନ୍ଧ୍ର ଉପକୂଳରେ ମାଡ଼ ହୋଇପାରେ ବାତ୍ୟା । ବାତ୍ୟା ସମୟରେ ଘଣ୍ଟାପ୍ରତି ପ୍ରାୟ ୯୦ କିମି ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ ରହିଛି । ବାତ୍ୟା ସୃଷ୍ଟି ହେବା ପରେ ଆହୁରି ଶକ୍ତିଶାଳୀ ହୋଇପାରେ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ୨୮ ତାରିଖ ଆଡ଼କୁ ପବନର ବେଗ ଆହୁରି ବଢ଼ିବାର ମଧ୍ୟ ଆଶଙ୍କା ରହିଛି ।
କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହେବା ସହ ଉଚ୍ଚ ଜୁଆର ସୃଷ୍ଟି ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ସମୁଦ୍ର ମଧ୍ୟକୁ ଯିବା ବିପଜ୍ଜନକ ହୋଇପାରେ । ଆସନ୍ତା ୨୬ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଣିପାଗ ଉପରେ ନଜର ରହିବ। ସେପଟେ GFS ମଡେଲର ଅପଟେଡ ଅନୁସାରେ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ ଅଞ୍ଚଳରେ ପ୍ରଭାବ ଅଧିକ ରହିବ ।
ସେହିପରି ICON ମଡେଲ ବି ଆନ୍ଧ୍ରରେ ପ୍ରଭାବକୁ ଦର୍ଶାଉଛି । ବିଶେଷକରି ବିଶାଖାପାଟଣା ନିକଟରେ ଅଧିକ ପ୍ରଭାବ ନେଇ ଦର୍ଶାଉଛି ICON ମଡେଲ । ତେବେ ECMWF ମଡେଲ୍ରେ ସମ୍ଭାବ୍ୟ ବାତ୍ୟା ହେଲେ ଓଡ଼ିଶା ବି ବର୍ଷା ଅଧିକ ହୋଇପାରେ ବୋଲି କୁହାଯାଉଛି । ବିଶେଷକରି ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ ଉପରେ ପ୍ରଭାବ ପଡ଼ିପାରେ ।
୨୬ରେ ବାତ୍ୟା ‘ଅର୍ଣ୍ଣବ’ !
ବଙ୍ଗୋପସାଗରରେ ସୃଷ୍ଟିହେଲା ଲଘୁଚାପ
ଆସନ୍ତା ୨୬ରେ ବାତ୍ୟା ନେଇ ପୂର୍ବାନୁମାନ
ଆସନ୍ତାକାଲି ଅବପାତର ରୂପ ନେଇପାରେ ଲଘୁଚାପ
୨୫ରେ ଗଭୀର ଅବପାତରେ ପରିଣତ ହୋଇପାରେ
୨୬ ତାରିଖ ସକାଳୁ ବାତ୍ୟାରେ ପରିଣତ ହେବା ସମ୍ଭାବନା
ବାତ୍ୟା ରୂପ ନେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ
ଦକ୍ଷିଣ ଓଡ଼ିଶା ଦେଇ ଆନ୍ଧ୍ର ଉପକୂଳରେ ମାଡ଼ ହୋଇପାରେ ବାତ୍ୟା
ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ମତ ଦେଉଛନ୍ତି । ଅଧିକାଂଶ ମଡେଲଙ୍କ ଅନୁସାରେ ଓଡ଼ିଶାରେ ବାତ୍ୟାର ଅଧିକ ପ୍ରଭାବ ପଡ଼ିପାରେ ।
ଓଡ଼ିଶାରେ ‘ଅର୍ଣ୍ଣବ’ର ବଡ଼ ପ୍ରଭାବ !
GFS ମଡେଲ୍ ଅନୁସାରେ, ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଅଞ୍ଚଳରେ ବାତ୍ୟାର ପ୍ରଭାବ ଅଧିକ ରହିବ
ICON ମଡେଲ୍ ବି ଆନ୍ଧ୍ରର ବିଶାଖାପାଟଣା ନିକଟରେ ଅଧିକ ପ୍ରଭାବ ନେଇ ଦର୍ଶାଉଛି
ECMWF ମଡେଲ୍ ଅନୁସାରେ ଓଡ଼ିଶାରେ ବାତ୍ୟାର ଅଧିକ ପ୍ରଭାବ ରହିବ
ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଓଡ଼ିଶା ବି ଅଧିକ ବର୍ଷା ଆଶଙ୍କା
ବିଶେଷକରି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ ଉପରେ ପଡ଼ିପାରେ ପ୍ରଭାବ
କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡିରେ ପ୍ରବଳ ବର୍ଷା ଆଶଙ୍କା
ବାତ୍ୟା ଅର୍ଣ୍ଣବ ଉଭୟ ଆନ୍ଧ୍ର ଓ ଓଡ଼ିଶାକୁ ପ୍ରଭାବିତ କରିପାରେ
ଅକ୍ଟୋବରରେ ବାତ୍ୟା ବିପଦ !
ବଙ୍ଗୋପସାଗରୀୟ ଉପକୂଳ ପାଇଁ ଅକ୍ଟୋବର ସବୁବେଳେ ସମ୍ବେଦନଶୀଳ । ବାତ୍ୟାପ୍ରବଣ ମାସ ଭାବେ ପରିଚିତ ଅକ୍ଟୋବର । ଏହି ମାସରେ ଅନେକ ବଡ଼ ବଡ଼ ବାତ୍ୟା ସୃଷ୍ଟି ହୋଇ ଉପକୂଳରେ ମାଡ଼ ହୋଇଛି ।
ଅକ୍ଟୋବର ୨୯, ୧୯୯୯ - ମହାବାତ୍ୟା
ଅକ୍ଟୋବର ୧୨, ୨୦୧୩ - ବାତ୍ୟା ‘ଫାଇଲିନ୍’
ଅକ୍ଟୋବର ୧୨, ୨୦୧୪ - ବାତ୍ୟା ‘ହୁଡ଼ହୁଡ଼’
ଅକ୍ଟୋବର ୧୧, ୨୦୧୮ - ବାତ୍ୟା ‘ତିତ୍ଲି’
ଅକ୍ଟୋବର ୨୪-୨୫, ୨୦୨୪ - ବାତ୍ୟା ‘ଦାନା’
What's Your Reaction?