ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ

Feb 9, 2025 - 11:53
 0  3
ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଆତିଶୀ

ଦିଲ୍ଲୀରେ ଆପର ପରାଜୟ ପରେ ଆଜି ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା। ଆଜି ସକାଳ ୧୧ଟାରେ ରାଜଭବନରେ ପହଞ୍ଚି ଉପରାଜ୍ୟପାଳଙ୍କୁ ଭେଟି ସେ ପ୍ରଦାନ କରିଛନ୍ତି ତାଙ୍କର ଇସ୍ତଫା ପତ୍ର। ଶନିବାର ଆସିଥିବା ନିର୍ବାଚନ ଫଳାଫଳରେ ବିଜେପିକୁ ୪୮ ଏବଂ ଆମ୍‌ ଆଦମି ପାର୍ଟିକୁ ମିଳିଛି ୨୨ ଆସନ। କାଲକାଜୀ ବିଧାନସଭା ଆସନରୁ ରମେଶ ବିଧୁରିଙ୍କୁ ୩୫୦୦ରୁ ଅଧିକ ଭୋଟ୍‌ରେ ହରାଇ ବିଜୟ ଲାଭ କରିଛନ୍ତି ଆତିଶୀ। ଦିଲ୍ଲୀ ଅକ୍ତିଆର କରିଛି ଭାରତୀୟ ଜନତା ପାର୍ଟି। 

What's Your Reaction?

like

dislike

love

funny

angry

sad

wow