ଋଷିଆ ଉପରେ ୟୁକ୍ରେନର ଭୟଙ୍କର ଆକ୍ରମଣ

Ukraine has launched a fierce attack on Russia using drones loaded with bombs, creating devastation. As a result, 40 Russian aircraft have been damaged, including nuclear-capable strategic bombers like TU-95 and Tu-22. Yesterday, Ukraine targeted five Russian airbases located within Russia’s borders—Murmansk, Irkutsk, Ivanovo, Ryazan, and Amur regions. According to the Russian Defense Ministry, several individuals allegedly involved in the attack have been detained. This assault occurred just before the second round of peace talks between Russia and Ukraine, which are set to begin in Istanbul.

ଋଷିଆ ଉପରେ ୟୁକ୍ରେନର ଭୟଙ୍କର ଆକ୍ରମଣ

ଋଷିଆ ଉପରେ ୟୁକ୍ରେନର ଭୟଙ୍କର ଆକ୍ରମଣ । ଡ୍ରୋନ୍‌ରେ ବୋମା ମାଡ଼ କରି ଋଷିଆ ଉପରେ ତାଣ୍ଡବ ରଚିଛି ୟୁକ୍ରେନ୍।ଫଳରେ ଋଷିଆର ୪୦ ବିମାନ ହୋଇଛି କ୍ଷତିଗ୍ରସ୍ତ, ଯେଉଁଥିରେ ରହିଛି ପରମାଣୁ କ୍ଷମତାସମ୍ପନ୍ନ TU-95 ଏବଂ Tu-22 ରଣନୈତିକ ବୋମା ବିସ୍ଫୋରଣକାରୀ ବିମାନ । ଗତକାଲି ଋଷିଆ ସୀମା ଭିତରେ ୫ଟି ବାୟୁସେନା ଘାଟି ମୁର୍ମାନ୍ସକ, ଇର୍କୁଟସ୍କ, ଇଭାନୋଭୋ, ରିଆଜାନ ଏବଂ ଅମୁର ଅଞ୍ଚଳ ଉପରେ ଆକ୍ରମଣ କରିଥିଲା ୟୁକ୍ରେନ। ଆକ୍ରମଣରେ ଜଡିତ କିଛି ଲୋକଙ୍କୁ ଅଟକ ରଖାଯାଇଥିବା କହିଛି ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ । ଇସ୍ତାନବୁଲରେ ରୁଷ ଏବଂ ୟୁକ୍ରେନ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା ଆରମ୍ଭ ହେବା ପୂର୍ବରୁ ହୋଇଛି ଏହି ଆକ୍ରମଣ ।