ଓଡ଼ିଶାବାସୀଙ୍କ ବିଶ୍ୱାସକୁ ଭରସା କରି ଆଗକୁ ବଢୁଛି ବିଜେଡି : ନବୀନ ପଟ୍ଟନାୟକ

Dec 26, 2024 - 18:14
 0  4
ଓଡ଼ିଶାବାସୀଙ୍କ ବିଶ୍ୱାସକୁ ଭରସା କରି ଆଗକୁ ବଢୁଛି ବିଜେଡି : ନବୀନ ପଟ୍ଟନାୟକ

  ଆଜି ୨୭ ବର୍ଷର ସେବା ଦେଇଥିବା ବିଜୁ ଜନତା ଦଳ ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ଭାବେ ପାଳୁଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ନିଜର ଅବିଭାଷଣ ରଖି ନବୀନ କହିଛନ୍ତି ଯେ, ଆଜିର ଦିନରେ ଜନ୍ମ ନେଇଥିଲା ବିଜୁ ଜନତା ଦଳ। ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ନେଇ ବିଜୁ ଜନତା ଦଳ ଗଠନ କରିଥିଲେ ବିଜୁ ପ୍ରେମୀ। ସେତେବେଳେ ବହୁ ଲୋକ କହିଥିଲେ ଏଥର ବିଜେଡି ଆଗକୁ ବଢିପାରିବ ନାହିଁ କି ସଫଳ ହେବ ନାହିଁ। ଆଉ ମୋତେ ମଧ୍ୟ କହିଥିଲେ ମୁଁ ରାଜନୀତି କରିପାରିବି ନାହିଁ। ହେଲେ ପରିଶ୍ରମ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ୫ ଥର ନିର୍ବାଚନ ଜିତି ଆପଣମାନଙ୍କ ସେବା କରିବାକୁ ସୁଯୋଗ ପାଇଛି ବିଜେଡି ।ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ବିଜେଡି କାହିଁକି ହାରିଲା? ଏହି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି ଯେ, ଆମେ ହାରିନାହୁଁ କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ । ଭାଜପା ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି। ଏତେ ମିଛ କହି ମଧ୍ୟ ଆମଠୁ କମ ଭୋଟ ପାଇଛି ଭାଜପା  । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି, ଏମିତି କହି ଭାଜପା ଉପରେ ବର୍ଷିଛନ୍ତି ବିଜେଡି ମୂଖ୍ୟ।ସେ ଆହୁରି କହିଛନ୍ତି ଯେ, ଆମର ଭୁଲ ହେଲା, ଭାଜପା ମିଛକୁ ଆମେ ଠିକ ଭାବେ କାଉଣ୍ଟର କରିପାରିଲୁ ନାହିଁ । ଆଜି ଲୋକେ ଜାଣିଲେଣି ଭାଜପା ମିଛ କଥା କହି କ୍ଷମତା ଦଖଲ କରିଛି ।ବର୍ତ୍ତମାନର ସରକାର ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ତାହା ହେଉଛି ଦରଦାମ ବୃଦ୍ଧି । ଡାଲି, ଚାଉଳଠୁ ନେଇ, ତେଲ ଓ ପନିପରିବା ସବୁଥିରେ ଘଟିଛି ଦର ବୃଦ୍ଧି । ଆଜି କାନ୍ଦୁଛି  ପ୍ରତି ପରିବାର। ଧାନ କିଣା ବିକା ନେଇ କାନ୍ଦୁଛି  ଚାଷୀ । ମିଶନ ଶକ୍ତି ମା’ ମାନେ ଦୁଃଖରେ ଅଛନ୍ତି । କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇଛି ବୋଲି କହିଛନ୍ତି ନବୀନ । ଏହାପରେ ନବୀନଙ୍କୁ ମଧ୍ୟ କଡ଼ା ନିଶାଣ କରି ସମାଲୋଚନା କରିଛି ଭାଜପା । କେନ୍ଦ୍ର ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଯିଏ ନିଜ ବାପାଙ୍କ ଜନ୍ମମାଟିରେ ୨୪ ବର୍ଷରେ ପାଣି ମୁନ୍ଦାଏ ପହଞ୍ଚାଇ ପାରିଲେ ନାହିଁ, ସିଏ ପୁଣି କହୁଛନ୍ତି ମୋଦି ମିଛ କହୁଛନ୍ତି।

What's Your Reaction?

like

dislike

love

funny

angry

sad

wow