ଓମାନରେ ତେଲ ଟ୍ୟାଙ୍କର ବୁଡି ୧୩ ଭାରତୀୟ ନିଖୋଜ
ମଝି ସମୁଦ୍ରରେ ବୁଡ଼ିଲା ଓମାନର ତେଲ ଟ୍ୟାଙ୍କର ବୋଝେଇ ଜାହାଜ । ଫଳରେ ଏଥିରେ ଥିବା ୧୩ ଭାରତୀୟଙ୍କ ସମେତ ୧୬ ଜଣ ନିଖୋଜ। ଏନେଇ ସୂଚନା ଦେଇଛି ଓମାନର ସାମୁଦ୍ରିକ ସୁରକ୍ଷା ବାହିନୀ। ଜାହାଜଟି ୟେମେନର ଆଡେନ ବନ୍ଦର ଅଭିମୁଖେ ଯାଉଥିବା ସମୟରେ ରସ୍ ମାତରଖା ବନ୍ଦର ଠାରୁ ୨୫ ନଟିକାଲ ମାଇଲ ଦୂରରେ ଅଘଟଣ ଘଟିଥିବା ମିଳିଛି ସୂଚନା । ଏବେବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ଉଦ୍ଧାର ଅଭିଯାନ।
Jangyaseni Parida