କର୍କଟରେ ପୀଡ଼ିତ ଜୋ ବାଇଡେନ

କର୍କଟ ଭଳି ମାରାତ୍ମକ ରୋଗରେ ପୀଡ଼ିତ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।ମୂତ୍ରାଶୟ ଅସୁବିଧା ପରେ ଗତସପ୍ତାହରେ ତାଙ୍କର ଚିକିତ୍ସା କରିଥିଲେ ଡାକ୍ତର । ଏହାପରେ ୮୨ ବର୍ଷୀୟ ବାଇଡେନ୍ ପ୍ରୋଷ୍ଟେଟ୍ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଛି ।ଚିନ୍ତାଜନକ କଥା ହେଉଛି ଯେ ,ତାଙ୍କ ହାଡ଼କୁ ବ୍ୟାପି ସାରିଛି କର୍କଟ । ଏନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଛି ସୂଚନା ।ସାମାଜିକ ଗଣମାଧ୍ଯମରେ ବାଇଡେନଙ୍କ ଆରୋଗ୍ୟ କାମନା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
What's Your Reaction?






