ଭୂବନେଶ୍ୱରରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା

ଭୂବନେଶ୍ୱରରେ ଖୋଲିବ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏର ଶାଖା । ରାଜ୍ୟ ଗୃହ ବିଭାଗ ତରଫରୁ ଏନେଇ ଜାରି ହୋଇଛି ବିଜ୍ଞପ୍ତି । ଭିଏସ୍ଏସ୍ ନଗରର ତାରିଣୀ ପୀଠ ନିକଟରେ ପ୍ରାରମ୍ଭିକ ଭାବେ ଆରମ୍ଭ ହେବ ଏନଆଇଏର ଥାନା କାର୍ଯ୍ୟ ।ଏହାର ମୁଖ୍ୟ ରହିବେ ଜଣେ ଏସ୍ପି ପାହ୍ୟାର ଅଧିକାରୀ । ଏହି ଏନଆଇଏ ଥାନାର ତଦନ୍ତ ପରିସୀମା ପୂରା ଓଡିଶା ରହିବ ବୋଲି ବିଜ୍ଞପ୍ତିରେ ହୋଇଛି ଉଲ୍ଲେଖ । ଏଣିକି ଆଉ ଦିଲ୍ଲୀରେ ହେବ ନାହିଁ ମାମଲା ପଞ୍ଜୀକରଣ । ଏନଆଇଏ ଭୁବନେଶ୍ୱର ଥାନାରେ ରୁଜୁ ହେବ ମାମଲା ।
What's Your Reaction?






