ଗୋଟିଏ ଗୋଡ଼ରେ ୪୦୦ ମିଟର! ପାଠ ପଢ଼ିବାକୁ ରାଗିନୀଙ୍କ ଅଦମ୍ୟ ଜିଦ୍

Sep 2, 2026 - 17:00
 0  3
ଗୋଟିଏ ଗୋଡ଼ରେ ୪୦୦ ମିଟର! ପାଠ ପଢ଼ିବାକୁ ରାଗିନୀଙ୍କ ଅଦମ୍ୟ ଜିଦ୍

ଉତ୍ତରପ୍ରଦେଶର ୭ ବର୍ଷୀୟା ରାଗିନୀଙ୍କ ସଂଘର୍ଷର କାହାଣୀ ଏବେ ସମସ୍ତଙ୍କ ହୃଦୟ ଜିତିଛି । ଗୋଟିଏ ଗୋଡ଼ ହରାଇଥିଲେ ମଧ୍ୟ ପାଠପଢ଼ା ପ୍ରତି ତାଙ୍କ ଆଗ୍ରହ କମିନାହିଁ । ପ୍ରତିଦିନ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ପ୍ରାୟ ୪୦୦ ମିଟର୍ ଯାଇ ସ୍କୁଲରେ ପହଞ୍ଚୁଛନ୍ତି ରାଗିନୀ । 

ଉତ୍ତରପ୍ରଦେଶର ୭ ବର୍ଷୀୟା ରାଗିନୀଙ୍କ ସଂଘର୍ଷର କାହାଣୀ ଏବେ ସମସ୍ତଙ୍କ ହୃଦୟ ଜିତିଛି । ଗୋଟିଏ ଗୋଡ଼ ହରାଇଥିଲେ ମଧ୍ୟ ପାଠପଢ଼ା ପ୍ରତି ତାଙ୍କ ଆଗ୍ରହ କମିନାହିଁ । ପ୍ରତିଦିନ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ପ୍ରାୟ ୪୦୦ ମିଟର୍ ଯାଇ ସ୍କୁଲରେ ପହଞ୍ଚୁଛନ୍ତି ରାଗିନୀ । ଉତ୍ତରପ୍ରଦେଶର ବଲିଆ ଜିଲ୍ଲାର ରାଗିନୀଙ୍କୁ ମାତ୍ର ୬ ମାସ ବୟସ ହୋଇଥିବା ବେଳେ ଘଟିଥିଲା ଏକ ଦୁର୍ଘଟଣା । ଏଥିରେ ତାଙ୍କ ଗୋଟିଏ ଗୋଡ଼ ଗୁରୁତର ଭାବେ ଆହତ ହୋଇଥିଲା । ପରିବାର ପକ୍ଷରୁ ବିଭିନ୍ନ ସ୍ଥାନରେ ଚିକିତ୍ସା କରାଯାଇଥିଲେ ମଧ୍ୟ ଗୋଡ଼ଟିକୁ ବଞ୍ଚାଇ ହୋଇନଥିଲା । ଆର୍ଥିକ ଅଭାବ ଯୋଗୁଁ ଆଗକୁ ଅଧିକ ଚିକିତ୍ସା କରାଇବା ମଧ୍ୟ ସମ୍ଭବ ହୋଇନଥିଲା ।

ହେଲେ ରାଗିନୀଙ୍କ ମନରେ ଥିଲା ଗୋଟିଏ ଜିଦ୍ ‘ମୁଁ ପାଠ ପଢ଼ିବି।’ ପଡ଼ୋଶର ପିଲାମାନେ ସ୍କୁଲ୍ ବ୍ୟାଗ୍ ଧରି ସ୍କୁଲ୍ ଯାଉଥିବା ଦେଖିଲେ ରାଗିନୀ ମଧ୍ୟ ସେମାନଙ୍କ ଭଳି ସ୍କୁଲ୍ ଯିବାକୁ ଚାହୁଁଥିଲେ । ଶେଷରେ ଗୋଟିଏ ଗୋଡ଼ରେ ଡେଇଁ ଡେଇଁ ସ୍କୁଲ୍ ଯିବା ଆରମ୍ଭ କଲେ । କିନ୍ତୁ ୪୦୦ ମିଟର୍ ରାସ୍ତା ତାଙ୍କ ପାଇଁ ସହଜ ନୁହେଁ । ବେଳେବେଳେ ରାସ୍ତାରେ ଥକି ଯାଇ ବିଶ୍ରାମ ନେବାକୁ ପଡ଼େ । କେତେବେଳେ ପରିବାର ଲୋକ ସାଥୀ ହୁଅନ୍ତି, ଆଉ କେତେବେଳେ ନିଜେ ନିଜେ ଡେଇଁ ଡେଇଁ ସ୍କୁଲ୍ ଯାଆନ୍ତି ରାଗିନୀ । 

ଏବେ ରାଗିନୀଙ୍କ ଏହି କାହାଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସହାୟତାର ହାତ ବଢ଼ିଛି । ରାଗିନୀଙ୍କ ଆବଶ୍ୟକତା ଥିଲା ଏକ କୃତ୍ରିମ ଗୋଡ଼ କିମ୍ବା ଟ୍ରାଇସାଇକେଲ୍, ଯାହା ଦ୍ୱାରା ସେ ସହଜରେ ସ୍କୁଲ୍ ଯାଇପାରିବେ । ଆଉ ରାଗିନୀଙ୍କ ମୁହଁରୁ ବାହାରିଥିବା ଗୋଟିଏ କଥା ସମସ୍ତଙ୍କ ହୃଦୟ ଛୁଇଁଛି “DM ଅଙ୍କଲ୍, ମୋତେ ଗୋଟିଏ ଟ୍ରାଇସାଇକେଲ୍ ଦେଇଦିଅନ୍ତୁ, ମୁଁ ସେଥିରେ ସ୍କୁଲ୍ ଯିବି।” ରାଗିନୀଙ୍କ କାହାଣୀ ଭାଇରାଲ୍ ହେବା ପରେ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ସହାୟତାର ହାତ ବଢ଼ାଇଛନ୍ତି । ପରିବାରକୁ ୨୬ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥିବା ବେଳେ, ସ୍ଥାନୀୟ ଟିମ୍ ରାଗିନୀଙ୍କୁ ଏକ ଟ୍ରାଇସାଇକେଲ୍ ମଧ୍ୟ ପ୍ରଦାନ କରିଛି । 

What's Your Reaction?

like

dislike

love

funny

angry

sad

wow