ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ୭ ବର୍ଷୀୟ ହାତୀ ‘ମାମା’ର ମୃତ୍ଯୁ

Aug 28, 2024 - 12:53
 0  2
ଚନ୍ଦକା ଡମପଡ଼ା ଅଭୟାରଣ୍ୟରେ ୭ ବର୍ଷୀୟ ହାତୀ ‘ମାମା’ର ମୃତ୍ଯୁ

ଚନ୍ଦକା ଗୋଡିବାରିରେ ୭ ବର୍ଷର କୁଙ୍କି ହାତୀ ମାମାର ମୃତ୍ୟୁ । ଅସୁସ୍ଥତା କାରଣରୁ ତାର ମୃତ୍ୟୁ ହୋଇଥିବା କରାଯାଉଛି ଅନୁମାନ। ୫ ମାସର ହୋଇଥିବା ବେଳେ ମାଆଠାରୁ ଅଲଗା ହୋଇ ବୁଲୁଥିଲା ମାମା । ସେହି ସମୟରେ ହାତୀ ଛୁଆଟିକୁ ଉଦ୍ଧାର କରାଯାଇ ନନ୍ଦନକାନନରେ ରଖାଯାଇଥିଲା ।୨୦୧୭ ମସିହା ନଭେମ୍ବର ୩ ତାରିଖରେ ଖୋର୍ଦ୍ଧା ବନଖଣ୍ଡ ଅଞ୍ଚଳରୁ ଉଦ୍ଧାର ହୋଇ ନନ୍ଦନକାନନକୁ ଆସିଥିଲା ମାମା । ଚଳିତ ବର୍ଷ ମାର୍ଚ୍ଚ ମାସରେ କୁମକି ତାଲିମ ପାଇଁ ନନ୍ଦନକାନନରୁ ତାକୁ ଚନ୍ଦକା ଗୋଡିବାରିକୁ ପଠାଯାଇଥିଲା ।  ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଚନ୍ଦକା ଡିଏଫଓ।

What's Your Reaction?

like

dislike

love

funny

angry

sad

wow