ଚଳିତ ଆର୍ଥିକ ବର୍ଷରେ ଖୋଲିବନି ନୂଆ ମଦ ଦୋକାନ, ଡାନ୍ସବାରକୁ ମନା

Aug 31, 2024 - 11:45
 0  9
ଚଳିତ ଆର୍ଥିକ ବର୍ଷରେ ଖୋଲିବନି ନୂଆ ମଦ ଦୋକାନ, ଡାନ୍ସବାରକୁ ମନା

ଓଡିଶାରେ ନୂଆ ଅବକାରୀ ନୀତି ଆଣିଲେ ମୋହନ ସରକାର।ଏଣିକି ରାଜ୍ୟରେ ଆଉ ଚାଲିବ ନାହିଁ ଡ୍ୟାନ୍ସ ବାର୍। ଚାହିଁଲେ ଅନୁମତି ନେଇ ବାର୍‌ ଗୁଡ଼ିକରେ କେବେଳ କରିପାରିବେ ସଂଗୀତ ପରିବେଷଣ ।କିନ୍ତୁ କୌଣସି ପରିସ୍ଥିତିରେ ବାର୍‌ରେ ନୃତ୍ୟ ପରିବେଷଣକୁ ମିଳିବ ନାହିଁ ଅନୁମତି।କେବଳ ତିନି ତାରକା ହୋଟେଲ୍‌କୁ ମିଳିବ ନୂଆ ବାର୍ ଲାଇସେନ୍ସ।ଆସନ୍ତା ସେପ୍ଟେମ୍ବର ୧ରୁ ରାଜ୍ୟରେ ଲାଗୁହେବ ଏହି ନୂଆ ଆଇନ,ଯାହା ୨୦୨୫ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରହିବ ବଳବତ୍ତର। ସେହିପରି ଏହି ଆଇନରେ ଗ୍ରାମାଞ୍ଚଳରେ ମଦ ବିକ୍ରି ନେଇ ମଧ୍ୟ ଲଗାଯାଇଛି କଟକଣା।  ଆଉ ଗ୍ରାମାଞ୍ଚଳରେ ଖୋଲିବ ନାହିଁ ନୂଆ ମଦ ଦୋକାନ। ଓଟିଡିସି ପକ୍ଷରୁ ବିଚ୍ ଶ୍ୟାକରେ ମିଳିବ ମଦ । ଇକୋ-ରିଟ୍ରିଟ୍ ସମୟରେ ସମୁଦ୍ର ବେଳାଭୂମିରେ ମଦ ବିକିବାକୁ ଓଟିଡିସିକୁ ମିଳିବ ଅସ୍ଥାୟୀ ଲାଇସେନ୍ସ । ତେବେ କେଉଁ କେଉଁ ବେଳାଭୂମିରେ ବିକ୍ରି ହେବ, ସେ ନେଇ  ନିଷ୍ପତ୍ତି ନେବ ପର୍ୟ୍ୟଟନ ବିଭାଗ ।

What's Your Reaction?

like

dislike

love

funny

angry

sad

wow