ଜାନୁଆରୀରେ ଆସିପାରେ ସୁଭଦ୍ରା ଟଙ୍କା

ଆସନ୍ତା ଜାନୁଆରୀରେ ଆସିପାରେ ସୁଭଦ୍ରା ଟଙ୍କା। ୩୦ତାରିଖ ପର୍ଯ୍ୟନ୍ତ ରଖାଯାଇଛି ଲକ୍ଷ,ସବୁ ଯାଞ୍ଚ ସରିଲେ ଜାନୁଆରୀରେ ଟଙ୍କା ମିଳିପାରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ୨୦ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା । ତେବେ ବଣ୍ଡା ଘାଟିରେ ସୁଭଦ୍ରା ପାଇଁ ଆବେଦନ କରିଛନ୍ତି ୧୨ହଜାରରୁ ଅଧିକ ମହିଳା । ୯ହଜାର ମହିଳା ପ୍ରଥମ କିସ୍ତି ପାଇସାରିଥିବାବେଳେ ୩ହଜାର ମହିଳା ଏଯାଏଁ ପାଇ ନାହାଁନ୍ତି । ତେବେ ଯେଉଁ ପ୍ରତିବନ୍ଧ ଥିଲା ତାର ସମାଧାନ ହେଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।
What's Your Reaction?






