ଜୁନ୍‌ ୨୩ରେ ହେବ ପଞ୍ଚାୟତ ଉପ-ନିର୍ବାଚନ

May 21, 2025 - 12:23
 0  3
ଜୁନ୍‌ ୨୩ରେ ହେବ ପଞ୍ଚାୟତ ଉପ-ନିର୍ବାଚନ

ଜୁନ୍‌ ୨୩ରେ ହେବ ପଞ୍ଚାୟତ ଉପ-ନିର୍ବାଚନ ।ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି। ୪୩ ସରପଞ୍ଚ ଓ ୨୭୨ ୱାର୍ଡ ସଭ୍ୟ ପାଇଁ କରାଯିବ ଏହି ଉପ-ନିର୍ବାଚନ ।ଜୁନ ୨୪ରେ ଭୋଟ ଗଣତି ହୋଇ ଆସିବ ଫଳାଫଳ ।  ଆସନ୍ତାକାଲି ସକାଳ ୧୦ଟାରେ ବ୍ଳକ, ପଞ୍ଚାୟତ ଓ ନିର୍ଦ୍ଦିଷ୍ଟ ୱାର୍ଡରେ ଜାରି ହେବ ନୋଟିସ୍  । ଆସନ୍ତା  ୨୬ରୁ ମେ ୩୧ ତାରିଖ ଯାଏଁ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ହେବ ନାମାଙ୍କନପତ୍ର ଦାଖଲ । ସରପଞ୍ଚ ପାଇଁ ବ୍ଲକ କାର୍ଯ୍ୟାଳୟ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ କାର୍ଯ୍ୟାଳୟରେ ଦାଖଲ କରିବେ ପ୍ରାର୍ଥିପତ୍ର  । ଜୁନ୍ ୨ରେ ନାମାଙ୍କନପତ୍ର ଯାଞ୍ଚ ପରେ ପ୍ରକାଶ ପାଇବ  ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା । ଆସନ୍ତା ଜୁନ୍ ୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ଧାର୍ଯ୍ୟ କରାଯାଇଛି ସମୟ  । ତାପରେ ପଞ୍ଚାୟତ କାର୍ଯ୍ୟାଳୟରେ  ପ୍ରକାଶ ପାଇବ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା। 

What's Your Reaction?

like

dislike

love

funny

angry

sad

wow