ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ପାସ୍‌ ହାର ୮୨.୭୭ ପ୍ରତିଶତ

May 21, 2025 - 18:58
 0  6
ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ,  ପାସ୍‌ ହାର  ୮୨.୭୭ ପ୍ରତିଶତ

 ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ବିଜ୍ଞାନ, ବାଣିଜ୍ୟ ,କଳା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏଥର ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ଦେଇଥିଲେ ପରୀକ୍ଷା । ଉତ୍ତୀର୍ଣ୍ଣ ହୋଇଛନ୍ତି ୩ ଲକ୍ଷ ୧୬ ହଜାର ୭୮୭ ଜଣ ଛାତ୍ରଛାତ୍ରୀ  ।ଏଥର ପାସ୍‌ ହାର ରହିଛି  ୮୨.୭୭ ପ୍ରତିଶତ । ବିଜ୍ଞାନରେ ପାସ୍‌ ହାର ୮୭.୪୯ ପ୍ରତିଶତ  ରହିଥିବାବେଳେ କଳାରେ ପାସ୍‌ ହାର ୮୦.୫୧ ପ୍ରତିଶତ, କମର୍ସରେ ୮୩.୦୨ ପ୍ରତିଶତ ଏବଂ ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ରହିଛି ୬୦.୫୭ ପ୍ରତିଶତ । 

What's Your Reaction?

like

dislike

love

funny

angry

sad

wow