ଓଡିଶାକୁ ଫେରିଛି କରୋନା , ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ପୁଣି ଓଡିଶାକୁ ଫେରିଛି କରୋନା । ୩ ବର୍ଷର ବ୍ୟବଧାନ ପରେ ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ଆକ୍ରାନ୍ତ ଜଣଙ୍କ ହେଉଛନ୍ତି ରାଜଧାନୀ ଭୁବନେଶ୍ୱର ଅଞ୍ଚଳର । ନିକଟରେ ସେ ଫେରିଥିଲେ ଦିଲ୍ଲୀରୁ । ଆକ୍ରାନ୍ତ ଜଣଙ୍କ ପୁରୁଷ ହୋଇଥିବା ବେଳେ ଏବେ ସେ ନିଜ ଘରେ ପୃଥକବାସରେ ଥିବା ମିଳିଛି ସୂଚନା । ଆକ୍ରାନ୍ତଙ୍କ ଅବସ୍ଥା ବର୍ତ୍ତମାନ ଠିକ୍ ଅଛି,ତେଣୁ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । କରୋନା ନେଇ ସତର୍କ ରହିଛି ବିଭାଗ । ଦକ୍ଷିଣ ଏସିଆର ଚୀନ ଓ ସିଙ୍ଗାପୁରରେ କୋଭିଡ୍-୧୯ କାୟା ବିସ୍ତାର କରିଥିବା ବେଳେ ଭାରତକୁ ମଧ୍ୟ ବ୍ୟାପିଛି ସଂକ୍ରମଣ ।
What's Your Reaction?






