ଟ୍ରାକ୍ଟରକୁ ପିଟିଲା ଟ୍ରକ୍; ୧୦ ଶ୍ରମିକ ମୃତ
ଉତ୍ତର ପ୍ରଦେଶ ମିର୍ଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ଯୋଗୁଁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଗୁରୁତର ଆହତ। ଟ୍ରାକ୍ଟରରେ ଥିଲେ ସମୁଦାୟ ୧୩ ଜଣ ଲୋକ। ସେମାନେ ଶ୍ରମିକ ଭାବେ କାମ କରୁଥିବାବେଳେ ପାଖ ଗାଁରୁ କାମ ସାରି ଘରକୁ ଫେରୁଥିଲେ।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ଟି ଟ୍ରାକ୍ଟରକୁ ଖୁବ୍ ଜୋରରେ ଦେଇଥିଲା ଧକ୍କା। ଫଳରେ ଘଟିଥିଲା ଦୃର୍ଘଟଣା । ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ସ୍ଥାନୀୟ ପୋଲିସ।
Jangyaseni Parida