ଠେଲାପେଲାରେ ଚାଲିଗଲା ୩ ଜୀବନ

Three devotees lost their lives in a stampede on the sacred sands of Puri. Over 10 others were injured in the tragic incident, which occurred around 4:50 AM today. While two people died at the scene, another succumbed to injuries at the hospital. This information was confirmed by Dr. Pabitra Mohan Mallik, Superintendent of Puri Hospital. All the deceased devotees were reportedly from Khordha district. They have been identified as 50-year-old Prabhati Das, 42-year-old Basanti Sahu, and 70-year-old Premakanta Mohanty. Chief Minister Mohan Majhi has expressed deep regret and apologized for the incident, stating, "I and my government apologize for this tragedy. Negligence is inexcusable. An immediate investigation will be launched into the security lapses. I have ordered exemplary action against those responsible." Meanwhile, opposition leader and former Chief Minister Naveen Patnaik has strongly condemned the incident and held the government accountable for administrative failure. He also extended his heartfelt condolences to the families of the three deceased devotees.

Jun 29, 2025 - 13:29
 0  2
 ଠେଲାପେଲାରେ ଚାଲିଗଲା ୩ ଜୀବନ

ପୁରୀ ଶରଧାବାଲିରେ ଠେଲାପେଲାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ।  ଆହତ ହୋଇଛନ୍ତି ୧୦ରୁ ଅଧିକ ଭକ୍ତ। ଆଜି ଭୋର ୪ ଟା ୫୦ରେ ଘଟିଛି ଏପରି ଅଘଟଣ।  ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହାସପାତାଳରେ ପ୍ରାଣ ହରାଇଛନ୍ତି ଆଉ ଜଣେ। ଏନେଇ ସୂଚନା ଦେଇଛନ୍ତି ପୁରୀ ହାସପାତାଳ ଅଧୀକ୍ଷକ ଡାକ୍ତର ପବିତ୍ର ମୋହନ ମଲ୍ଲିକ। ଅଘଟଣରେ ମୃତ୍ୟୁ କରିଥିବା ସମସ୍ତ ଶ୍ରଦ୍ଧାଳୁ ଖୋର୍ଦ୍ଧା ଜିଲ୍ଲାର ବୋଲି ମିଳିଛି ସୂଚନା। ସେମାନେ ହେଲେ ୫୦ ବର୍ଷୀୟ ପ୍ରଭାତୀ ଦାସ, ୪୨ ବର୍ଷୀୟ ବାସନ୍ତୀ ସାହୁ, ଏବଂ ୭୦ ବର୍ଷୀୟ ପ୍ରେମାକାନ୍ତ ମହାନ୍ତି।ସେପଟେ ଘଟଣାକୁ ନେଇ କ୍ଷମା ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସେ କହିଛନ୍ତି ୟେ,ଏ ଘଟଣାରେ  କ୍ଷମା ମାଗୁଛୁ ମୁଁ ଓ ମୋ  ସରକାର।  ଅବହେଳା  ଅକ୍ଷମଣୀୟ ।  ସୁରକ୍ଷା  ଅବହେଳାର କରାଯିବ ତୁରନ୍ତ ତଦନ୍ତ  ।  ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅନ୍ୟପଟେ ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା କରିବା ସହ ପ୍ରଶାସନର ଅବ୍ୟସ୍ଥା ପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧି ଦଳ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ପ୍ରାଣ ହରାଇଥିବା ତିନି ଜଣ ଭକ୍ତଙ୍କ ପରିବାର ପ୍ରତି ଜଣାଇଛନ୍ତି  ଗଭୀର ସମବେଦନା। 

What's Your Reaction?

like

dislike

love

funny

angry

sad

wow